
ଲୋକସେବା ଭବନର କନଭେନସନ୍ ସେଣ୍ଟର ଠାରେ ଆଜିଠାରୁ ଦୁଇଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ ଆରମ୍ଭ ହୋଇଛି | ଏହି ସମ୍ମିଳନୀରେ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । ଲୋକକୈନ୍ଦ୍ରିକ ଶାସନ ପ୍ରତିଷ୍ଠା କରି ଜନ ସାଧାରଣଙ୍କୁ ଉତ୍ତମ ନାଗରିକ ସେବା ପ୍ରଦାନ ସହ ବିକଶିତ ଓଡ଼ିଶା ୨୦୩୬ ଗଠନ ପାଇଁ ଦୃଢ଼ ସଂକଳ୍ପର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ପରାମର୍ଶ ଦେଇଛନ୍ତି ।




