Responsive Image Link
Department
Trending

HEALTH DEPT: ନୂତନ ନର୍ସିଙ୍ଗ ଓ ରେଡିଓଗ୍ରାଫର ପଦବିକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁମୋଦନ

ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ୫୯୮୯ ନର୍ସିଂ ଅଫିସର ଏବଂ ୨୪୦ ରେଡିଓଗ୍ରାଫରମାନଙ୍କ ପଦବିକୁ ଅନୁମୋଦନ ଦେଇଛନ୍ତି | ଏହି ନିଯୁକ୍ତି ମାଧ୍ୟମରେ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକରେ ମାନବ ସମ୍ପଦର ଅଭାବ କମିବା ସହିତ ରୋଗୀମାନଙ୍କୁ ଉନ୍ନତ ଏବଂ ସମୟୋପଯୋଗୀ ସେବା ଯୋଗାଇ ଦିଆଯାଇପାରିବ | ନବନିଯୁକ୍ତ ନର୍ସିଂ ଅଫିସରମାନେ ରୋଗୀ ସେବାରେ ମୁଖ୍ୟ ଭୂମିକା ନିଭାଇବେ ଓ ରେଡିଓଗ୍ରାଫରମାନେ ନିଦାନତ୍ମକ ସେବାକୁ ଆହୁରି ସୁଦୃଢ଼ କରିବେ | ଏହି ଅନୁମୋଦନ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ସର୍ବଦା ଲୋକଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସଂକଳ୍ପବଦ୍ଧ | ଏହି ନିଯୁକ୍ତି ଦ୍ୱାରା ରୋଗୀ ସେବା ଉନ୍ନତ ହେବା ସହିତ ସ୍ୱାସ୍ଥ୍ୟ ପ୍ରଣାଳୀ ଆହୁରି ସକ୍ଷମ ହେବ | ବିଭାଗ ପକ୍ଷରୁ ଶୀଘ୍ର ନର୍ସିଂ ଅଫିସର ଏବଂ ରେଡିଓଗ୍ରାଫରମାନଙ୍କ ନିଯୁକ୍ତି ନିୟମାବଳୀ ଯେପରି ପରୀକ୍ଷା, ପ୍ରଶିକ୍ଷଣ, ପୋଷ୍ଟିଂ ଗୁଡିକ ବିଭାଗ ପକ୍ଷରୁ ଖୁବ ଶୀଘ୍ର ପ୍ରକାଶ କରାଯିବ |

Show More

Related Articles

Leave a Reply

Your email address will not be published. Required fields are marked *

Back to top button