Skip to main content

welcome to business breaking

BusinessBreaking - Responsive Header
Loading date... Loading time...
ଗ୍ଲାମରର ନୂଆ ଠିକଣା ଭୁବନେଶ୍ୱର: KIIT କ୍ୟାମ୍ପସରେ ଝଲସୁଛନ୍ତି ବଲିଉଡ୍ ତାରକା

ଭୁବନେଶ୍ୱରର ସାନ୍ଧ୍ୟ ଆକାଶ ଆଜି ଗ୍ଲାମରର ରଙ୍ଗରେ ରଙ୍ଗୀନ ହେବାକୁ ଯାଉଛି। KIIT କ୍ରିକେଟ୍ ଷ୍ଟାଡିୟମର ଭବ୍ୟ ମଞ୍ଚରେ ଆଜି ଅନୁଷ୍ଠିତ ହେଉଛି ଫେମିନା ମିସ୍ ଇଣ୍ଡିଆ-୨୦୨୬ର ଗ୍ରାଣ୍ଡ ଫିନାଲେ। ପ୍ରଥମ ଥର ପାଇଁ ମୁମ୍ବାଇ ବାହାରେ ଏହି ‘ବିଗ୍ ଇଭେଣ୍ଟ’ ଓଡ଼ିଶାରେ ଆୟୋଜିତ ହେଉଥିବାରୁ ରାଜଧାନୀରେ ଏବେ ଉତ୍ସାହର ମାହୋଲ। ବଲିଉଡର ସଦାବାହାର ଅଭିନେତ୍ରୀ ଜିନତ ଅମାନଙ୍କ ଠାରୁ ଆରମ୍ଭ କରି ନେହା ଧୂପିଆ ଓ ମଧୁର ଭଣ୍ଡାରକରଙ୍କ ପର୍ଯ୍ୟନ୍ତ, ବିଟାଉନ୍‌ର ଦିଗ୍ଗଜମାନେ ଏବେ ଭୁବନେଶ୍ୱରରେ। ଯୁବପିଢ଼ିଙ୍କ ପ୍ରିୟ ଗାୟକ ଜୁବିନ୍ ନୌଟିୟାଲ ଏବଂ ଅଭିନେତା ଈଶାନ ଖଟ୍ଟର ନିଜର ପରଫରମାନ୍ସରେ ଆଜି ମଞ୍ଚ କମ୍ପାଇବେ।

ଏହି ପ୍ରତିଯୋଗିତାରେ ସାରା ଦେଶରୁ ଚୟନ ହୋଇଥିବା ୩୦ ଜଣ ସୁନ୍ଦରୀ ମୁକୁଟ ପାଇଁ ଲଢ଼ୁଥିବା ବେଳେ, ସମସ୍ତଙ୍କ ନଜର ଏବେ ଓଡ଼ିଶାର କନ୍ୟା ଆୟୁଷୀ ପଣ୍ଡାଙ୍କ ଉପରେ। ଘରୋଇ ମାଟିରେ ଆୟୁଷୀ ଇତିହାସ ରଚିବେ କି ନାହିଁ, ତାହା ଦେଖିବାକୁ ପୁରା ଓଡ଼ିଶା ଅପେକ୍ଷା କରିଛି। ପ୍ରାୟ ୧୫,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଆଜି ରାତିରେ ଘୋଷଣା ହେବ ଦେଶର ନୂଆ ମିସ୍ ଇଣ୍ଡିଆଙ୍କ ନାମ। ଫ୍ୟାଶନ, ଆଭିଜାତ୍ୟ ଏବଂ ଆଧୁନିକତାର ଏହି ମହାକୁମ୍ଭ ଭୁବନେଶ୍ୱରକୁ ଆଜି ବିଶ୍ୱ ସ୍ତରରେ ଏକ ନୂଆ ପରିଚୟ ଦେବାକୁ ଯାଉଛି। ସୌନ୍ଦର୍ଯ୍ୟ ଓ ବୁଦ୍ଧିର ଏହି ଯୁଗଳବନ୍ଦୀରେ ଆଜି କିଏ ହେବେ ବିଜୟିନୀ, ତାହା ଉପରେ ଏବେ ପୁରା ଦେଶର ନଜର।

administrator

Related Articles

Leave a Reply

Your email address will not be published. Required fields are marked *