
ଓଡ଼ିଆରେ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପଢ଼ିବେ ଛାତ୍ରଛାତ୍ରୀ
ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ହେବ | ଦଶମ-ଦ୍ଵାଦଶ ମିଶି ହେବ ଗୋଟିଏ ବୋର୍ଡ ଗଠନ କରାଯିବ | ଏଣିକି ଓଡ଼ିଆରେ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପଢ଼ିବେ ଛାତ୍ରଛାତ୍ରୀ । ଆଉ ଆଗକୁ ବିଏସଇ ଓ ସିଏଚଏସଇ ଅଲଗା ଅଲଗା ବୋର୍ଡ ରହିବ ନାହିଁ । ଯେମିତି ସିବିଏସଇ ଉଭୟ ଦଶମ ଓ ଦ୍ଵାଦଶ ପରୀକ୍ଷା କରୁଛି, ସେହିପରି ହେବ । ଗୋଟିଏ ବୋର୍ଡ ହେଲେ ପାଠ୍ୟକ୍ରମ ପ୍ରସ୍ତୁତି ଓ ପରୀକ୍ଷାରେ ଅସୁବିଧା ହେବନି । ଏଥିପାଇଁ ଡ୍ରାପ୍ଟ ଆଇନ ତିଆରି ଚାଲିଛି । କେଉଁଠି କାର୍ଯ୍ୟାଳୟ ହେବ ସେନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ସିଲାବସ୍ ପାଇଁ ବିଶେଷଜ୍ଞମାନେ ଏବେଠୁ ପ୍ରସ୍ତୁତି ଆରମ୍ଭ କରନ୍ତୁ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୪ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ସୂଚନା ଦେଲେ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ସଚିବ ଡା. ଏନ ତିରୁମାଲା ନାୟକ | ସେ କହିଛନ୍ତି ଯେ, ମୁକ୍ତ ବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ୍ୟକ୍ରମ ପଢା ହେବ । ୧୮ ବର୍ଷ ଯାଏଁ ମୁକ୍ତ ବିଦ୍ୟାଳୟରେ ମାଗଣା ଶିକ୍ଷା ମିଳିବ । ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଅଯଥା ଖର୍ଚ୍ଚନ୍ତ ହେଉଛନ୍ତି । ମାଗଣା ଡିଜିଟାଲ ଶିକ୍ଷା ପାଇଁ ସିଏଚଏସ୍ଇକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସିଏଚଏସ୍ଇକୁ ୧୦ କୋଟି ଦିଆଯାଇଛି । ଯୁକ୍ତ ଦୁଇ ପଢ଼ିବା ଭିତରେ ଛାତ୍ରଛାତ୍ରୀ ଆହୁରି ଦକ୍ଷ ହେବେ । ଯୁକ୍ତ ଦୁଇ ପରେ ସେମାନେ କର୍ମ ନିଯୁକ୍ତି ପାଇପାରିବେ ବୋଲି ସଚିବ କହିଛନ୍ତି |



