Skip to main content

welcome to business breaking

BusinessBreaking - Responsive Header
Loading date... Loading time...
ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଜ୍ୟପାଳ

ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଭୁବନେଶ୍ୱରସ୍ଥିତ ଲୋକଭବନ ପରିସରରେ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଅନ୍ତର୍ଗତ ଚାରୋଟି ବ୍ଲକ୍‌ରେ ୯୬ଟି ‘ଇ-ଟାଇପ୍‌’ ଏବଂ ଦୁଇଟି ବ୍ଲକ୍‌ରେ ୪୮ଟି ‘ଏଫ୍-ଟାଇପ୍‌’ କ୍ୱାର୍ଟର୍ସ ନିର୍ମାଣ କରାଯିବ। ଷ୍ଟିଲ୍ଟ୍‌ ସମେତ ଛଅ ମହଲା ବିଶିଷ୍ଟ ଏହି ଆବାସିକ କୋଠାଗୁଡ଼ିକର ନିର୍ମାଣ କାର୍ଯ୍ୟ ‘ଟର୍ଣ୍ଣକି’ ଭିତ୍ତିରେ କରାଯିବା ସହ ମେ ୨୦୨୮ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି।

ଏହି ପ୍ରକଳ୍ପ ଲୋକଭବନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ କଲ୍ୟାଣ ତଥା ସେମାନଙ୍କୁ ପର୍ଯ୍ୟାପ୍ତ ଆବାସିକ ସୁବିଧା ଯୋଗାଇଦେବା ଦିଗରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପର ପ୍ରତିଫଳନ | ନୂତନ କ୍ୱାର୍ଟର୍ସ ନିର୍ମାଣ ଦ୍ୱାରା ଦୀର୍ଘଦିନର ଆବାସିକ ସମସ୍ୟାର ସମାଧାନ ହେବା ସହ କର୍ମଚାରୀଙ୍କ ଜୀବନଧାରଣର ମାନରେ ଉନ୍ନତି ଆସିବ। ଏଥିସହ ଏକ ଉନ୍ନତ ଓ ଅନୁକୂଳ କାର୍ଯ୍ୟପରିବେଶ ସୃଷ୍ଟି ହୋଇ ପ୍ରଶାସନିକ କାର୍ଯ୍ୟର ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି।

ଏହି ଅବସରରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ. ରୂପା ରୋଶନ ସାହୁ, ଇଞ୍ଜିନିୟର-ଇନ୍-ଚିଫ୍‌ (ସିଭିଲ୍‌) ପ୍ରିୟବ୍ରତ ସାମନ୍ତରା, ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍‌ (ଆର୍‌ ଆଣ୍ଡ ବି) ସର୍କଲ୍‌ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମନୋଜ ମହାନନ୍ଦ ଏବଂ ଅଧୀକ୍ଷଣ ଯନ୍ତ୍ରୀ ଅରୁଣ ଅମିତାଭ ପ୍ରଧାନଙ୍କ ସମେତ ଲୋକଭବନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

editor

Related Articles

Leave a Reply

Your email address will not be published. Required fields are marked *