Skip to main content

welcome to business breaking

BusinessBreaking - Responsive Header
Loading date... Loading time...
ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ବିମାନ ବନ୍ଦରରେ ବିଦାୟ ସମ୍ବର୍ଦ୍ଧନା

ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ପୋଲିସ କମିଶର ଏସ୍. ଦେବଦତ୍ତ ସିଂ ପ୍ରମୁଖ ଉପସ୍ଥିତ ରହି ଡ. କମ୍ଭମପାଟିଙ୍କୁ ବିଦାୟ ଜଣାଇଥିଲେ | ମୁଖ୍ୟମନ୍ତ୍ରୀ ଏ ନେଇ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ ”ଆମ ରାଜ୍ୟର ବିଦାୟୀ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଲି। ଓଡ଼ିଶାର ବିକାଶ ପାଇଁ ତାଙ୍କର ମାର୍ଗଦର୍ଶନ ସର୍ବଦା ଅବିସ୍ମରଣୀୟ ହୋଇରହିବ। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ନିରାମୟ ତଥା ମଙ୍ଗଳମୟ ଜୀବନ ପ୍ରଦାନ କରନ୍ତୁ।”

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜମୋହନ ରାମଙ୍କୁ ନିଯୁକ୍ତ କରିଛନ୍ତି । ବ୍ରଜମୋହନ ରାମ ହେଉଛନ୍ତି ଝାଡ଼ଖଣ୍ଡର ଜଣେ ବରିଷ୍ଠ ରାଜନେତା ଏବଂ ତିନିଥର ଲୋକସଭା ସାଂସଦ । ସେ ୧୯୯୬, ୧୯୯୮ ଓ ୧୯୯୯ ମସିହାରେ ପଲାମୁ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ | ଏହା ପୂର୍ବରୁ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ସେ ଅବିଭକ୍ତ ବିହାର ବିଧାନସଭାର ସଦସ୍ୟ ରହିଥିଲେ | ନବନିଯୁକ୍ତ ରାଜ୍ୟପାଳ ଶ୍ରୀ ରାମ ଅକ୍ଟୋବର ୧୭ ତାରିଖରେ ଓଡ଼ିଶା ଆସିବେ । ୧୮ ତାରିଖରେ ନବରାତ୍ର ଅବସରରେ ସେ ଶପଥ ଗ୍ରହଣ କରି ନୂଆ ଦାୟିତ୍ୱ ସମ୍ଭାଳିବେ |

editor

Related Articles

Leave a Reply

Your email address will not be published. Required fields are marked *