Skip to main content

welcome to business breaking

BusinessBreaking - Responsive Header
Loading date... Loading time...
ଆଇନ ମନ୍ତ୍ରୀଙ୍କୁ ଲିଙ୍ଗରାଜ ମନ୍ଦିର ସତ୍ତ୍ୱଲିପି କମିଟି ପକ୍ଷରୁ ତୃତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ

ମହାପ୍ରଭୁ ଲିଙ୍ଗରାଜଙ୍କ ସତ୍ତ୍ୱଲିପି କମିଟି ପକ୍ଷରୁ ତୃତୀୟ ଅନ୍ତରୀଣ ରିପୋର୍ଟ ଆଇନ୍‌, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଦାନ କରାଯାଇଛି । ଜଷ୍ଟିସ୍‌ ଡ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସଦସ୍ୟ ଥାଇ ଗଠିତ ଦୁଇଜଣିଆ କମିଟି ମନ୍ଦିରର ସେବା ପୂଜା, ଶୃଙ୍ଖଳିତ ନୀତିକାନ୍ତି, ମନ୍ଦିର ଗର୍ଭଗୃହ ମରାମତି ସହ ବିଭିନ୍ନ ବିଷୟରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ସହ ରିପୋର୍ଟ ପ୍ରଦାନ କରିଛନ୍ତି । ଏଥି ସହିତ ପୂର୍ବ କାଳରେ ହେଉଥିବା ମନ୍ଦିରର ନୀତିକାନ୍ତି, ସେବାପୂଜା ଏବଂ ରକ୍ଷଣାବେକ୍ଷଣ ନେଇ ଥିବା ପରମ୍ପରା ବିଷୟରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି I

ଏହି ରିପୋର୍ଟ ପ୍ରଦାନ ଅବସରରେ ଆଇନ୍‌ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ସ୍ୱତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |

editor

Related Articles

Leave a Reply

Your email address will not be published. Required fields are marked *