Skip to main content

welcome to business breaking

BusinessBreaking - Responsive Header
Loading date... Loading time...

୬୩୦ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

୬୩୦ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତ ଅବସରରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ୩ୟ ପର୍ଯ୍ୟାୟ ଶୁଭାରମ୍ଭ ସହ ରାଜ୍ୟ ଓ ଜିଲ୍ଲାର ପ୍ରଗତି ପାଇଁ ₹୧୨୯୨ କୋଟିର ୩୩୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାଥମିକ ଶିକ୍ଷାର ମୂଳଦୁଆକୁ ବିଶ୍ୱସ୍ତରୀୟ ଢାଞ୍ଚାରେ ସୁଦୃଢ଼ କରିବା ସହିତ ଉଚ୍ଚଶିକ୍ଷା, ଆଧୁନିକ ସ୍ୱାସ୍ଥ୍ୟସେବା ଏବଂ ସ୍ଥାନୀୟ ଯୁବପିଢ଼ିଙ୍କ ନିଯୁକ୍ତି ସୁଯୋଗକୁ ପ୍ରାଥମିକତା ଦେଇ ଏକାଧିକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି।

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟରେ ରାଜ୍ୟବ୍ୟାପୀ ୬୩୦ଟି ନୂତନ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି | ଏଥିସହ ସେ ୧୫ ମହଲା ବିଶିଷ୍ଟ ‘ଟେକ୍-ବିଜନେସ୍ ପାର୍କ୍’ର ଶିଳାନ୍ୟାସ, ଯାହା ସ୍ଥାନୀୟ ଯୁବପିଢ଼ିଙ୍କୁ ନିଜ ମାଟିରେ ନିଯୁକ୍ତି ଯୋଗାଇବ | ମୁଖ୍ୟମନ୍ତ୍ରୀ ଧରଣୀଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସ ଲୋକାର୍ପଣ ଏବଂ ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ NCMC ନିଃଶୁଳ୍କ ବସ୍ କାର୍ଡ ପ୍ରଦାନ କରିଛନ୍ତି |

ମୁଖ୍ୟମନ୍ତ୍ରୀ ଗସ୍ତ କାଳରେ ଧରଣୀଧର ମେଡିକାଲ କଲେଜରେ ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱଦେଶୀ ‘ପ୍ରିଭେଣ୍ଟିଭ୍ କ୍ୟାନସର୍ ସ୍କ୍ରିନିଂ କେନ୍ଦ୍ର’ ଉଦ୍‌ଘାଟନ କରିଛନ୍ତି | ଉନ୍ନତ ସ୍ୱାସ୍ଥ୍ୟ ଶିକ୍ଷା ପାଇଁ ଡେଣ୍ଟାଲ କଲେଜ ଓ ନର୍ସିଂ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ କେନ୍ଦୁଝରରେ ସରକାରୀ ଫାର୍ମାସୀ କଲେଜ ସ୍ଥାପନ ନେଇ ଘୋଷଣା କରିଛନ୍ତି | ଏଥିସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜରୁରୀକାଳୀନ ଚିକିତ୍ସା ସେବା ପାଇଁ ୨୩ଟି ନୂଆ ଆମ୍ବୁଲାନ୍ସ ଏବଂ ସହରାଞ୍ଚଳ ପରିମଳ ସୁଦୃଢ଼ କରିବା ପାଇଁ ୨୬ଟି ଆଧୁନିକ ସ୍ୱଚ୍ଛତା ଯାନ ପ୍ରଦାନ କରିଛନ୍ତି |

editor

Related Articles

Leave a Reply

Your email address will not be published. Required fields are marked *