Skip to main content

welcome to business breaking

BusinessBreaking - Responsive Header
Loading date... Loading time...
ପ୍ରବାସୀ ଓଡ଼ିଆମାନଙ୍କ ସୁରକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ

ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି

ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଓ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ସମ୍ପ୍ରତି ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିରେ ପ୍ରବାସୀ ଓଡ଼ିଆମାନଙ୍କ ସୁରକ୍ଷା ଓ ସେମାନଙ୍କର ସ୍ଥିତି ସଂପର୍କରେ ପ୍ରସ୍ତୁତି ଓ କାର୍ଯ୍ୟାନୁଷ୍ଠାନ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିସ୍ଥିତିକୁ ନଜର କରି ପ୍ରସ୍ତୁତି ରହିବା ଓ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ଦେଇଛନ୍ତି | ଏଥିପାଇଁ ଭାରତର ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଏକ ୨୪ ଘଣ୍ଟିଆ ଟୋଲଫ୍ରି ନମ୍ବର ୮୦୦-୪୬୩୪୨, ହ୍ୱାଟ୍ସ ଆପ୍ ନଂ- ୯୭୧୫୪୩୦୯୦୫୭୧ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ସୂଚନା ନେଇ ଓଡ଼ିଶା ମୋ ପରିବାର, ରାଜ୍ୟ ଗୃହ (ସ୍ୱରାଷ୍ଟ୍ର) ବିଭାଗ, ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ, ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ( ପ୍ରୋଟେକ୍ଟର ଅଫ ଏମିଗ୍ରାଣ୍ଚସ୍)ଙ୍କ ସହ ମିଳିତଭାବେ ଏକ ଓ୍ୱାର୍କିଂ ଗୃପ୍ ଗଠନ କରାଯାଇଛି । ପରିସ୍ଥିତିକୁ ନଜରରେ ରଖାଯାଇଛି । ଓଡ଼ିଶା ପରିବାର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀଙ୍କୁ ପ୍ରିତୀଶ ପଣ୍ଡା ନୋଡାଲ ଅଧିକାରୀ ଭାବେ ସୂଚନା ଓ ସହାୟତା ପାଇଁ କାର୍ଯ୍ୟରତ ଅଛନ୍ତି (ଦୂରଭାଷ ନମ୍ବର- ୯୫୮୩୩୨୧୯୬୪ ) ।
ଡିଜିପି ଶ୍ରୀ ଓ୍ୱାଇ ବି ଖୁରାନିଆ ବୈଠକରେ ଯୋଗଦେଇ କହିଛନ୍ତି ଯେ, ସ୍ଥିତିକୁ ଅତି ନିକଟରୁ ନଜର ରଖାଯାଇ ଆବବଶ୍ୟକ ପଦକ୍ଷେପ ନିଆଯାଉଛି | ସଂପୃକ୍ତ ସମସ୍ତ ଅଧିକାରୀମାନଙ୍କୁ ଆଲର୍ଟ କରାଯାଇଛି | ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି । ସାମାଜିକ ଗଣମାଧ୍ୟମରେ ହେଉଥିବା ପୋଷ୍ଟଗୁଡିକୁ କଡ଼ାକଡ଼ି ଅନୁଧ୍ୟାନ କରାଯାଇ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି । ବୈଠକରେ ରାଜ୍ୟ ଗୃହ (ସ୍ୱରାଷ୍ଟ୍ର ବିଭାଗ) ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଆର.ପି.କୋଚେ, ଓଡ଼ିଶା ମୋ ପରିବାରର ନିର୍ଦ୍ଦେଶକ ତଥା ରାଜ୍ୟ ସଂସ୍କୃତି ବିଭାଗର ସଚିବ ଡଃ. ବିଜୟକେତନ ଉପାଧ୍ୟାୟ ଏବଂ ଶ୍ରମ ଆୟୁକ୍ତ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

administrator

Related Articles

Leave a Reply

Your email address will not be published. Required fields are marked *