
ଆଜି ପବିତ୍ର ନୂଆଁଖାଇ | ଓଡ଼ିଶାର ଏହି ମହାନ୍ କୃଷିଭିତ୍ତିକ ଗଣପର୍ବର ଶୁଭ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସମସ୍ତଙ୍କୁ ନୂଆଁଖାଇ ଜୁହାର ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ନୂଆଁଖାଇ, ଖାଲି ଗୁଟେ ପରବ୍ ନାଇଁସେ, ଇଟା ଆମର ମାଟି, ସଂସ୍କୃତି, ଚାଳିଚଳନ ଏବଂ ସାମାଜିକ ଏକତାର ପ୍ରାଣସ୍ପନ୍ଦନ ଆଏ। ଇ ଆନନ୍ଦମୟ ପରବନେ, ମନର ସବୁ ଭେଦଭାବ, ତିକ୍ତତା ଆର୍ ଅହଂକାରକେ ପଛେ ପକେଇ କରି ଆମେ ବଡ ଗୁରୁ-ଗୁରୁଜନମାନଙ୍କର ପାହାତଳେ “ଜୁହାର- ମୁଣ୍ଡିଆ ଜନେଇଥିସୁଁ, ଆର ସାନମାନଙ୍କୁ ଭଲପାଏବାର ଆର ଆଶୀର୍ବାଦ ଦେଇଥିସୁଁ। ଇ ସୁନ୍ଦର ପରମ୍ପରା ଆମର ପରିବାର, ସମାଜ ଆର ଭାଇଚାରାର ବନ୍ଧନକେ, ଆହୁରି ମଜବୁତ କରସି।
୨୦୩୬ ତକ ସମୃଦ୍ଧ ଓଡ଼ିଶା ଆଉ ୨୦୪୭ ତକ ବିକଶିତ ଭାରତ ଗଠନ ଲାଗି ସମସ୍ତେ ନିଜର ନିଜର କର୍ତ୍ତବ୍ୟ ପାଳନ କରୁନ ବଲି, ଆଜି ଇ ଶୁଭ ଦିନରେ ଛାତ୍ରଛାତ୍ରୀ, ଯୁବକ ଯୁବତୀ, ଶ୍ରମିକ, କିଶାନ, ଜୱାନ, ସମସ୍ତକୁ ଅନୁରୋଧ୍ କରୁଛେଁ । ନୂଆଁଖାଇ ସମସ୍ତଙ୍କର ଜୀବନରେ, ନୂଆଁ ଆଶା ଆଣି ଦେଉ। ମା’ ସମଲେଇ, ସମସ୍ତଙ୍କର୍ ଜୀବନ ଥି ହସ୍ ଖୁସି, ସୁଖ୍ ଶାନ୍ତି, ଉନ୍ନତି ପ୍ରଗତି ସଫଳତା ଭରି ଦେଉଁନ୍ ବୋଲି, ପ୍ରାର୍ଥନା କରୁଛେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।



