Department
Trending

FISHERIES & ANIMAL RESOURCES DEVELOPMENT DEPT: ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୬’ ଉପଲକ୍ଷେ ୱାକାଥନ୍

ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬ ଉପଲକ୍ଷେ ଆଜି ସକାଳ ୬.୩୦ ମିନିଟ୍ ସମୟରେ ଏକ ସଚେତନତା ପଦଯାତ୍ରା (ୱାକାଥନ) ଅନୁଷ୍ଠିତ ହୋଇଯାଇଛି । ଏହି ୱାକାଥନକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | କଳିଙ୍ଗ ଷ୍ଟାଡିୟମ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏହି ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ଅଂଶଗ୍ରହଣ କରିଥିବା ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମତ୍ସ୍ୟଚାଷ ଓ ପ୍ରାଣିପାଳନର ସମ୍ପର୍କରେ ଜନସଚେତନତା ପାଇଁ ପ୍ଲାକାର୍ଡ ମାଧ୍ୟମରେ ବାର୍ତ୍ତା ବାଣ୍ଟିଥିଲେ ।

ଏହି ୱାକାଥନରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, କୋରେଇ ବିଧାୟକ ଆକାଶ ଦାସ ନାୟକ, ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲାମ, ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button