ନିବାସୀ ସ୍ଥିତି ନିର୍ଦ୍ଧାରଣ ପାଇଁ ମୁଖ୍ୟ ସର୍ତ୍ତାବଳୀ:

ଜଣେ ବ୍ୟକ୍ତିଙ୍କୁ ନିମ୍ନଲିଖିତ ଦୁଇଟି ସର୍ତ୍ତ ମଧ୍ୟରୁ ଯେକୌଣସି ଗୋଟିଏ ପୂରଣ କଲେ ‘ଭାରତୀୟ ନିବାସୀ’ ଭାବେ ଗଣନା କରାଯାଏ:ଯଦି ସେହି ବ୍ୟକ୍ତି ସମ୍ପୃକ୍ତ ଆର୍ଥିକ ବର୍ଷରେ ୧୮୨ ଦିନ ବା ତା’ଠାରୁ ଅଧିକ ସମୟ ଭାରତରେ ରହନ୍ତି।ଯଦି ସେହି ବ୍ୟକ୍ତି ସମ୍ପୃକ୍ତ ଆର୍ଥିକ ବର୍ଷରେ ୬୦ ଦିନ ବା ତା’ଠାରୁ ଅଧିକ ସମୟ ଭାରତରେ ରହନ୍ତି ଏବଂ ଗତ ୪ ବର୍ଷ ମଧ୍ୟରେ ମୋଟ ୩୬୫ ଦିନ ଭାରତରେ ରହିଥାନ୍ତି।ବିଦେଶରେ ରହୁଥିବା ଭାରତୀୟଙ୍କ ପାଇଁ କୋହଳ ନିୟମ:ଆଇନ ଅନୁଯାୟୀ, କେତେକ ବିଶେଷ କ୍ଷେତ୍ରରେ ଦ୍ୱିତୀୟ ସର୍ତ୍ତରେ (୬୦ ଦିନ ବଦଳରେ) କିଛି ରିହାତି ମିଳିଥାଏ:ନିଯୁକ୍ତି ପାଇଁ ବିଦେଶ ଯାଉଥିଲେ: ଯେଉଁ ବର୍ଷ ଜଣେ ବ୍ୟକ୍ତି ଚାକିରି ପାଇଁ ଭାରତ ଛାଡ଼ି ବିଦେଶ ଯାଆନ୍ତି, ସେହି ବର୍ଷ ତାଙ୍କ ପାଇଁ ୬୦ ଦିନର ସୀମାକୁ ବଢ଼ାଇ ୧୮୨ ଦିନ କରାଯାଏ।ବିଦେଶରୁ ଭାରତ ଗସ୍ତରେ ଆସିଲେ: ସେହିପରି ଜଣେ ବ୍ୟକ୍ତି ଯିଏ ବିଦେଶରେ ରହୁଛନ୍ତି ଏବଂ ଭାରତକୁ କେବଳ ବୁଲିବାକୁ ବା ଗସ୍ତରେ ଆସୁଛନ୍ତି, ତାଙ୍କ ପାଇଁ ମଧ୍ୟ ୬୦ ଦିନର ସୀମା ବଦଳରେ ୧୮୨ ଦିନ ଲାଗୁ ହୁଏ।ଆପଣଙ୍କ ପାଇଁ ଏହାର ଅର୍ଥ:ଯଦି ଆପଣ ଦୁବାଇରୁ ସୁରକ୍ଷା କାରଣରୁ ଭାରତ ଫେରୁଛନ୍ତି, ତେବେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ ଯେ ଚଳିତ ଆର୍ଥିକ ବର୍ଷରେ ଆପଣଙ୍କର ଭାରତରେ ରହଣି ସମୟ ଯେପରି ୧୮୨ ଦିନରୁ ଅଧିକ ନ ହୁଏ। ଯଦି ଏହା ୧୮୨ ଦିନ ଅତିକ୍ରମ କରେ, ତେବେ ଆପଣଙ୍କୁ ଭାରତୀୟ ନିବାସୀ (Resident) ଭାବେ ଗଣନା କରାଯାଇପାରେ, ଯାହା ଫଳରେ ଆପଣଙ୍କର ବିଶ୍ୱସ୍ତରୀୟ ଆୟ (Global Income) ଉପରେ ଭାରତରେ ଟିକସ ଲାଗିବାର ସମ୍ଭାବନା ଥାଏ।



