
ନୂଆଦିଲ୍ଲୀର ଯଶୋଭୂମିରେ ସେମିକନ-ଇଣ୍ଡିଆ ୨୦୨୬ ଆରମ୍ଭ ହୋଇଛି | ଏହି ସମ୍ମିଳନୀରେ ଓଡ଼ିଶା ସେମିକଣ୍ଡକ୍ଟର ପାଭିଲିୟନର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ପଲିସି ପ୍ରଦର୍ଶନୀ ବୁଲି ଦେଖିଛନ୍ତି | ଏହି ଅବସରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଓଡ଼ିଶାରେ ସେମିକଣ୍ଡକ୍ଟର କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ଏବଂ ଏହି କ୍ଷେତ୍ରରେ ନିବେଶ, ପ୍ରଯୁକ୍ତି, ନବସୃଜନ ଓ ଦକ୍ଷତା ବିକାଶ ଉପରେ ଆଲୋଚନା ହୋଇଛି ।

ଓଡ଼ିଶାରେ ଏକ ଦୃଢ଼ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମ୍ ଗଢ଼ି ତୋଳିବା ଦିଗରେ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ଦେଶର ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଶିଳ୍ପର ବିକାଶରେ ଓଡ଼ିଶାର ଅବଦାନ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଛି ।




