Responsive Image Link
Department
Trending

WOMEN & CHILD DEVELOPEMENT: ରାଜ୍ୟରେ ଶୁଭାରମ୍ଭ ହେଲା ‘ଅଙ୍ଗନ୍ କା ଉତ୍ସବ’ ଅଭିଯାନ

ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ଶାଢ଼ୀ ଭତ୍ତା ୧୩୯୦ରୁ ୧୫୦୦ ଟଙ୍କାକୁ ବଢ଼ିଲା

ଆସନ୍ତା ୨୭ରୁ ୨୯ ଯାଏଁ ଅଙ୍ଗନବାଡିର ସ୍ବତନ୍ତ୍ର କାର୍ଯକ୍ରମ

ରାଜ୍ୟରେ ଆମ ଅଙ୍ଗନବାଡି, ଆମ ଦାୟିତ୍ୱ ଥିମ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ‘ଆଙ୍ଗନ୍ କା ଉତ୍ସବ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି |

ରାଜ୍ୟର ସମସ୍ତ ଜିଲ୍ଲା ଓ ପ୍ରକଳ୍ପ ସ୍ତରର ପ୍ରତିନିଧିମାନେ ଭର୍ଚୁଆଲି ଯୋଗ ଦେଇଥିଲେ। ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କ ଶାଢ଼ୀ ପାଇଁ ଦିଆଯାଉଥିବା ଆର୍ଥିକ ସହାୟତା ୧୩୯୦ ରୁ ୧୫୦୦ ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରାଯିବା ସହ ‘ଆଙ୍ଗନ୍ କା ଉତ୍ସବ’ କାର୍ଯ୍ୟକ୍ରମ ଏବଂ ‘DIPTI’ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ICDS ଓ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ସ୍ୱାଗତ ଭାଷଣ ଦେଇଥିବା ବେଳେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ସହ-ସଚିବ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଉପ-ମୁଖ୍ୟମନ୍ତ୍ରୀ ନିଜର ମୁଖ୍ୟ ଅଭିଭାଷଣ ରଖିବା ସହ ଶେଷରେ ‘ପୋଷଣ’ର ଅତିରିକ୍ତ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button