Skip to main content

welcome to business breaking

BusinessBreaking - Responsive Header
Loading date... Loading time...

ଲୋକ ଭବନରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଲୋକ ଭବନରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା, ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଦେଶବାସୀଙ୍କ ମଧ୍ୟରେ ଏହି ଭାବନା ପ୍ରସାରିତ କରିବା ନିମନ୍ତେ ଲୋକ ଭବନର ଅଧିକାରୀ ଓ କର୍ମଚାରୀମାନେ ‘ରାଷ୍ଟ୍ରୀୟ ଏକତାର’ ଶପଥ ପାଠ କରିଛନ୍ତି । ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ଲୌହ ମାନବ ଭାରତରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନକୁ “ରାଷ୍ଟ୍ରୀୟ ଏକତା ଦିବସ” ଭାବେ ପାଳନ ଅବସରରେ ଲୋକ ଭବନର ଅଭିଷେକ ହଲ୍ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଲେଖା ନିୟନ୍ତ୍ରକ ନିତ୍ୟାନନ୍ଦ ବାରିକ ଲୋକ ଭବନର ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ ।

editor

Related Articles

Leave a Reply

Your email address will not be published. Required fields are marked *