Skip to main content

welcome to business breaking

BusinessBreaking - Responsive Header
Loading date... Loading time...

INDUSTRY: ଓଡ଼ିଶାରେ ୩,୮୫୫ କୋଟିର ୨୨ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି

INDUSTRY: ଓଡ଼ିଶାରେ ୩,୮୫୫ କୋଟିର ୨୨ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି

ସୃଷ୍ଟି ହେବ ୭,୭୬୫ ନିଯୁକ୍ତି ସୁଯୋଗ

ରାଜ୍ୟସ୍ତରୀୟ ୧୫୧ତମ ସିଙ୍ଗିଲ୍‌ ଉଇଣ୍ଡୋ କ୍ଲିୟରାନ୍ସ ଅଥୋରିଟି ବୈଠକରେ ରାଜ୍ୟ ସରକାର ୩,୮୫୫.୩୮ କୋଟି ଟଙ୍କାର ୨୨ଟି ଶିଳ୍ପ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ପ୍ରସ୍ତାବଗୁଡ଼ିକ ମାଧ୍ୟମରେ ୭,୭୬୫ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୧୫୧ତମ ରାଜ୍ୟସ୍ତରୀୟ ଏସଏଲଏସଡବ୍ଲୁସିଏ ବୈଠକରେ ଏହି ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି ।

ଅନୁମୋଦିତ ପ୍ରକଳ୍ପଗୁଡ଼ିକ ପର୍ଯ୍ୟଟନ, ଜୈବ ଇନ୍ଧନ, ଉତ୍ପାଦନ, ମହାକାଶ ଓ ପ୍ରତିରକ୍ଷା, ରସାୟନ ଓ ପେଟ୍ରୋରସାୟନ, ଭିତ୍ତିଭୂମି, ପ୍ଲାଷ୍ଟିକ୍, ଔଷଧ, ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର, ଇସ୍ପାତ ଡାଉନଷ୍ଟ୍ରିମ୍ ଶିଳ୍ପ, କାଗଜ ଓ ପ୍ୟାକେଜିଂ ଆଦି ୧୧ଟି କ୍ଷେତ୍ର ରହିଛି । ପ୍ରକଳ୍ପଗୁଡ଼ିକ ରାଜ୍ୟର ୧୨ଟି ଜିଲ୍ଲା ଯଥା ଅନୁଗୋଳ, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, ଖୋର୍ଦ୍ଧା, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ପ୍ରତିଷ୍ଠା ହେବାକୁ ପ୍ରସ୍ତାବ ରହିଛି।

editor

Related Articles

Leave a Reply

Your email address will not be published. Required fields are marked *