Skip to main content

welcome to business breaking

BusinessBreaking - Responsive Header
Loading date... Loading time...

ବିନା ସିମ୍‌ରେ ଲାଇଭ୍ ଟ୍ରାକିଂ: ଓଡ଼ିଶା ବଜାରରେ ବଢୁଛି ଜିଓଟ୍ୟାଗ୍‌ର ଚାହିଦା

ବିନା ସିମ୍‌ରେ ଲାଇଭ୍ ଟ୍ରାକିଂ: ଓଡ଼ିଶା ବଜାରରେ ବଢୁଛି ଜିଓଟ୍ୟାଗ୍‌ର ଚାହିଦା

ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଚାବି, ୱାଲେଟ୍ କିମ୍ବା ଲାପଟପ୍ ବ୍ୟାଗ୍ ଭଳି ଜରୁରୀ ସାମଗ୍ରୀ ଭୁଲିଯିବା ଏବେ ଏକ ନିତିଦିନିଆ ସମସ୍ୟା। ଅନ୍ୟପଟେ ଭିଡ଼ ବଜାର କିମ୍ବା ସ୍କୁଲ୍ ଯିବାଆସିବା ବେଳେ ଛୋଟ ପିଲାଙ୍କ ସୁରକ୍ଷାକୁ ନେଇ ଅଭିଭାବକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହି ସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରିଲାଏନ୍ସ ଜିଓ ବଜାରକୁ ଆଣିଛି ଦୁଇଟି କ୍ଷୁଦ୍ର ବ୍ଲୁଟୁଥ୍ ଟ୍ରାକର୍ ‘ଜିଓଟ୍ୟାଗ୍ ୨’ (JioTag 2) ଏବଂ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ‘ଜିଓଟ୍ୟାଗ୍ ଗୋ’ (JioTag Go)। ମାତ୍ର ୧,୦୦୦ ରୁ ୧,୨୫୦ ମଧ୍ୟରେ ଉପଲବ୍ଧ ଏହି ଗ୍ୟାଜେଟ୍ ଏବେ ସାଧାରଣ ଖାଉଟିଙ୍କ ବଜେଟ୍ ଭିତରେ ଏକ ବିଶ୍ୱସନୀୟ ଡିଜିଟାଲ୍ ସୁରକ୍ଷା କବଚ ପାଲଟିଛି।

ଏହି ଡିଭାଇସ୍‌ର କାର୍ଯ୍ୟଶୈଳୀ ଅତ୍ୟନ୍ତ ଆଧୁନିକ ତଥା ସରଳ। ଏଥିପାଇଁ କୌଣସି ସିମ୍ କାର୍ଡ କିମ୍ବା ମାସିକ ରିଚାର୍ଜର ଆବଶ୍ୟକତା ପଡ଼େ ନାହିଁ। ଆଣ୍ଡ୍ରଏଡ୍ ଫୋନ୍‌ରେ ‘ଗୁଗଲ୍ ଫାଇଣ୍ଡ୍ ହବ୍’ ଏବଂ ଆଇଫୋନ୍‌ରେ ‘ଆପଲ୍ ଫାଇଣ୍ଡ୍ ମାଇ’ ନେଟୱାର୍କ ଜରିଆରେ ଏହା କାର୍ଯ୍ୟ କରେ। ଘର କିମ୍ବା ଅଫିସ୍ ଭିତରେ ସାମଗ୍ରୀ ଖୋଜିବା ପାଇଁ ଫୋନ୍‌ରୁ କମାଣ୍ଡ୍ ଦେଇ ଏହାର ୧୨୦ ଡେସିବଲ୍ ଶବ୍ଦବିଶିଷ୍ଟ ଲାଉଡ୍ ସ୍ପିକର୍ ବଜାଯାଇପାରିବ। ସେହିପରି ଜିଓଟ୍ୟାଗ୍ ଉପରେ ଥିବା ବଟନ୍‌କୁ ଦୁଇଥର ଦବାଇଲେ ସାଇଲେଣ୍ଟ୍ ଥିବା ନିଜ ହଜିଲା ଫୋନ୍ ମଧ୍ୟ ରିଙ୍ଗ୍ ହୋଇ ଧରାପଡ଼ିଯାଏ। ବାହାରେ କୌଣସି ସାମଗ୍ରୀ ହଜିଗଲେ, ରାସ୍ତାରେ ଯାଉଥିବା ଅନ୍ୟ ଅଜଣା ସ୍ମାର୍ଟଫୋନ୍ ସିଗ୍ନାଲ୍ ନେଇ ଏହା ମାଲିକଙ୍କ ମୋବାଇଲ୍‌କୁ ସଠିକ୍ ଲାଇଭ୍ ଲୋକେସନ୍ ପଠାଇଥାଏ।

ଏଥିରେ ଥିବା ବଦଳାଯାଇପାରୁଥିବା CR2032 ବ୍ୟାଟେରୀ ସମ୍ପୂର୍ଣ୍ଣ ଏକ ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ସେବା ଦେଇଥାଏ।
ବିଶେଷକରି ଛୋଟ ପିଲାଙ୍କ ନିରାପତ୍ତା କ୍ଷେତ୍ରରେ ଏହାର ଉପଯୋଗିତା ସବୁଠୁ ବେଶୀ। ପିଲାଙ୍କ ସ୍କୁଲ୍ ବ୍ୟାଗ୍, ସାଇକେଲ୍ କିମ୍ବା ପୋଷାକ ପକେଟ୍‌ରେ ଏହି କ୍ଷୁଦ୍ର ଟ୍ୟାଗ୍ ରଖିଦେଲେ, ପିଲା ସ୍କୁଲ୍ ବସ୍‌ରେ ଅଛନ୍ତି କି ଟ୍ୟୁସନ୍ କ୍ୟାମ୍ପସରେ, ଅଭିଭାବକମାନେ ଘରେ ବସି ନିଜ ମୋବାଇଲ୍ ମ୍ୟାପ୍‌ରେ ତାଙ୍କର ଶେଷ ଅବସ୍ଥିତି ଦେଖିପାରୁଛନ୍ତି। ପୂଜା ଭିଡ଼, ଯାତ୍ରା କିମ୍ବା ସପିଂ ମଲ୍ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ପିଲା ହାତଛଡ଼ା ହେବାର ଆଶଙ୍କା ଥିଲେ ଏହା ମା’-ବାପାଙ୍କୁ ବଡ଼ ମାନସିକ ଆଶ୍ୱସ୍ତି ଦେଉଛି।

ଦେଶବ୍ୟାପୀ ଏହି ଟ୍ରାକିଂ ଡିଭାଇସ୍‌ର ବ୍ୟବହାରକାରୀଙ୍କ ସଂଖ୍ୟା ୧୦ ଲକ୍ଷ ଟପିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାକୁ ନେଇ ବେଶ୍ ଚାହିଦା ଦେଖାଦେଇଛି। ରିଟେଲ୍ ତଥା ଡିଜିଟାଲ୍ ବଜାର ରିପୋର୍ଟ ଅନୁସାରେ, କେବଳ ଓଡ଼ିଶାରେ ଇତିମଧ୍ୟରେ ୫୦ ହଜାରରୁ ଊର୍ଦ୍ଧ୍ୱ ଗ୍ରାହକ ଏହି ଡିଭାଇସ୍ କିଣିସାରିଛନ୍ତି। ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ଭଳି ସହରରେ ଅଫିସ୍ ଯାତ୍ରୀ, ଛାତ୍ରଛାତ୍ରୀ ଏବଂ ସଚେତନ ଅଭିଭାବକମାନେ ଏହାକୁ ପ୍ରଥମ ପସନ୍ଦ କରୁଛନ୍ତି। ଆପଲ୍ ଏୟାରଟ୍ୟାଗ୍ ତୁଳନାରେ ଏକ-ତୃତୀୟାଂଶ ମୂଲ୍ୟରେ ସମାନ ସୁବିଧା ମିଳୁଥିବାରୁ ଏହା ଏବେ ପ୍ରତ୍ୟେକ ଘର ପାଇଁ ଏକ ଅତ୍ୟାବଶ୍ୟକ ଡିଜିଟାଲ୍ ସୁରକ୍ଷା ଉପକରଣ ପାଲଟିଛି।

editor

Related Articles

Leave a Reply

Your email address will not be published. Required fields are marked *