Skip to main content

welcome to business breaking

BusinessBreaking - Responsive Header
Loading date... Loading time...

ରାଜ୍ୟରେ ୩.୧୯କୋଟି ଭୋଟର: ଜାନୁଆରୀ ୨୧ରେ ଚୂଡ଼ାନ୍ତ ତାଲିକା

ରାଜ୍ୟରେ ୩.୧୯କୋଟି ଭୋଟର: ଜାନୁଆରୀ ୨୧ରେ ଚୂଡ଼ାନ୍ତ ତାଲିକା

ରାଜ୍ୟରେ ଏସ୍‌ଆଇଆର୍ ପ୍ରକ୍ରିୟା ଶେଷ ହେବା ପରେ ଏବେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (ଏସ୍‌ଏସ୍‌ଆର୍) କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ନଭେମ୍ବର ୩୦ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବାବେଳେ ଜାନୁଆରୀ ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ୨୦୨୭ ଜାନୁଆରୀ ୧କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଏହି ତାଲିକା ପ୍ରକାଶ ପାଇବ। ଏହାସହ ୨୦୨୭ ମସିହାର ଏପ୍ରିଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧କୁ ପରବର୍ତ୍ତୀ ଯୋଗ୍ୟତା ତାରିଖ ପାଇଁ ମଧ୍ୟ ଆଗୁଆ ଆବେଦନ ଗ୍ରହଣ କରାଯିବ। ଏହି ଆବେଦନଗୁଡ଼ିକ ସମ୍ପୃକ୍ତ ତ୍ରୈମାସିକରେ ପ୍ରକ୍ରିୟାକରଣ କରାଯିବ ବୋଲି ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ଏସ୍‌ଆଇଆର୍ ପ୍ରକ୍ରିୟା ଶେଷ ହେବା ପରେ ଯେଉଁମାନଙ୍କର ନାମ ଭୋଟର ତାଲିକାରୁ କଟିଥିଲା ସେମାନେ କରିଥିବା ଆବେଦନକୁ ବିଚାର କରି, ନୂଆ ଭୋଟରଙ୍କୁ ତାଲିକାରେ ସାମିଲ କରିବା ପରେ ନଭେମ୍ବର ୮ ସୁଦ୍ଧା ରାଜ୍ୟରେ ମୋଟ ୩,୧୯,୧୨,୬୨୩ଜଣ ଭୋଟର ଥିବା କୁହାଯାଇଛି। ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧,୬୨,୫୧,୪୪୩ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧,୫୬,୫୮,୪୦୫। ତୃତୀୟ ଲିଙ୍ଗର ଭୋଟରଙ୍କ ସଂଖ୍ୟା ୨୭୭୫। ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ୩,୮୬,୧୮୫ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୪,୫୨,୦୭୩ ଥିବା ଜଣାପଡ଼ିଛି।
ନଭେମ୍ବର ୩୦ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଲେ ଡିସେମ୍ବର ୩୦ ପର୍ଯ୍ୟନ୍ତ ଭୋଟରମାନେ ନାମ ଯୋଡ଼ିବା, ବାଦ୍ ଦେବା ଓ ସଂଶୋଧନ ସମ୍ପର୍କିତ ଦାବି ଓ ଆପତ୍ତି ଦାଖଲ କରିପାରିବେ। ଦାଖଲ ହୋଇଥିବା ଦାବି ଓ ଆପତ୍ତିଗୁଡ଼ିକର ଫଇସଲା ୨୦୨୭ ଜାନୁଆରି ୧୬ ସୁଦ୍ଧା ଶେଷ କରାଯିବ।
ସେହିପରି ବୁଥସ୍ତରୀୟ ଏଜେଣ୍ଟମାନେ ଦୈନିକ ସର୍ବାଧିକ ୧୦ଟି ଏବଂ ଦାବି ଓ ଆପତ୍ତି ଅବଧିରେ ସମୁଦାୟ ୩୦ଟି ଫର୍ମ-୬, ୭ ଓ ୮ ସଂଗ୍ରହ କରି ଦାଖଲ କରିପାରିବେ | ଯଦି କୌଣସି ବିଏଲ୍‌ଏ ସମୁଦାୟ ୩୦ରୁ ଅଧିକ ଆବେଦନ ଦାଖଲ କରନ୍ତି, ତେବେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ/ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ପକ୍ଷରୁ ସେଗୁଡ଼ିକର ପୁନଃଯାଞ୍ଚ କରାଯିବ। ଆବେଦନରେ ଦିଆଯାଇଥିବା ତଥ୍ୟଗୁଡ଼ିକୁ ନିଜେ ଯାଞ୍ଚ କରିଥିବା ନେଇ ବିଏଲ୍‌ଏମାନେ ଘୋଷଣାନାମା ଦାଖଲ କରିବେ। ଏହାସହ ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ଗଠନ ସମ୍ପର୍କରେ ପ୍ରସ୍ତାବ ଚୂଡ଼ାନ୍ତ ହେବା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ସେମାନଙ୍କର ପରାମର୍ଶ ଓ ପ୍ରସ୍ତାବ ଦାଖଲ କରିବାକୁ କୁହାଯାଇଛି।

editor

Related Articles

Leave a Reply

Your email address will not be published. Required fields are marked *