Skip to main content

welcome to business breaking

BusinessBreaking - Responsive Header
Loading date... Loading time...

ନଭେମ୍ବର ୧୮ରୁ ବିଧାନସଭା ଶୀତ ଅଧିବେଶନ

ନଭେମ୍ବର ୧୮ରୁ ବିଧାନସଭା ଶୀତ ଅଧିବେଶନ

ଆସନ୍ତା ନଭେମ୍ବର ୧୮ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ | ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ସମୁଦାୟ ୩୩ଟି କାର୍ଯ୍ୟଦିବସ ରହିଛି। ୧୮ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ। ନଭେମ୍ବର ୩୦ରେ ପ୍ରଥମ ଅତିରିକ୍ତ ବଜେଟର ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହେବ। ଏ ସମ୍ପର୍କରେ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ବର୍ଷକୁ ବିଧାନସଭା ଅଧିବେଶନ ୬୦ ଦିନ ବସିବାର ନିୟମ ରହିଛି। ଚଳିତ ବର୍ଷ ବଜେଟ ଓ ମୌସୁମୀ ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟଦିବସ ସରିଛି। ତେଣୁ ନିୟମ ଅନୁଯାୟୀ ୩୩ଟି କାର୍ଯ୍ୟଦିବସ ଥାଇ ଶୀତ ଅଧିବେଶନ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି।

editor

Related Articles

Leave a Reply

Your email address will not be published. Required fields are marked *