Skip to main content

welcome to business breaking

କ୍ୟାବିନେଟ୍‌ରେ ୧୮ ପ୍ରସ୍ତାବ ପାରିତ: ବିଦ୍ୟୁତ୍ ଭିତ୍ତିଭୂମି ପାଇଁ ୧୬ହଜାର କୋଟି

ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍‌ ବୈଠକରେ ୧୨ଟି ବିଭାଗର ୧୮ ପ୍ରସ୍ତାବ ପାରିତ ହୋଇଛି | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜ୍ୟରେ ବିଦ୍ୟୁତ୍‌ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ୧୫,୯୪୮.୭୦ କୋଟି ଟଙ୍କା ପୁଞ୍ଜିନିବେଶ କରିବେ। ବୈଠକ ପ‌ରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ବିଜୁଳି ଭିତ୍ତିଭୂମି ପ୍ରସ୍ତାବରେ ଥିବା ବ୍ୟବସ୍ଥା ଅନୁଯାୟୀ ସରକାର ପ୍ରଥମ ଥର ପାଇଁ […]

Read More
Department

HIGHER EDUCATION: ଓଡ଼ିଶାରେ ଦଶମ-ଦ୍ଵାଦଶ ମିଶି ହେବ ଗୋଟିଏ ବୋର୍ଡ

ଓଡ଼ିଆରେ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପଢ଼ିବେ ଛାତ୍ରଛାତ୍ରୀ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ହେବ | ଦଶମ-ଦ୍ଵାଦଶ ମିଶି ହେବ ଗୋଟିଏ ବୋର୍ଡ ଗଠନ କରାଯିବ | ଏଣିକି ଓଡ଼ିଆରେ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପଢ଼ିବେ ଛାତ୍ରଛାତ୍ରୀ । ଆଉ ଆଗକୁ ବିଏସଇ ଓ ସିଏଚଏସଇ ଅଲଗା ଅଲଗା ବୋର୍ଡ ରହିବ ନାହିଁ । ଯେମିତି ସିବିଏସଇ ଉଭୟ ଦଶମ ଓ ଦ୍ଵାଦଶ ପରୀକ୍ଷା କରୁଛି, ସେହିପରି ହେବ । […]

Read More
Odisha

‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷାରେ ଓଡ଼ିଶା ଦେଶରେ ପ୍ରଥମ; ଆଗାମୀ ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ ମୁଖ୍ୟମନ୍ତ୍ରୀ

ସୋସିଆଲ ମିଡିଆରେ ସମୟ ନଷ୍ଟ ନକରି ଏକମନ-ଏକପ୍ରାଣ ହୋଇ ପାଠ ପଢ଼ିବାକୁ ପିଲାଙ୍କୁ ବୁଝେଇଲେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ, ଅପପ୍ରଚାରର ବଶବର୍ତ୍ତୀ ନହୋଇ ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ବୁଝାଇ ପରାମର୍ଶ ଦେଇଛନ୍ତି। କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁ ଦିବସ ସମାରୋହରେ ଯୋଗଦେଇ ପିଲାମାନଙ୍କ ସହିତ ବାର୍ତ୍ତାଳାପ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନିଜର […]

Read More
Odisha

କାଗଜବିହୀନ ହେବ ଦଲିଲ୍ ପଞ୍ଜୀକରଣ: ଚାରି ପୃଷ୍ଠାରେ ସୀମିତ ରହିବ

ରାଜ୍ୟବାସୀଙ୍କୁ ଅଧିକ ସରଳ, ସ୍ୱଚ୍ଛ, ଦ୍ରୁତ ଓ ସୁବିଧାଜନକ ସେବା ପ୍ରଦାନ ଲକ୍ଷ୍ୟରେ ସରକାର ପଞ୍ଜୀକରଣ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି। ପେପରଲେସ୍‌ ଡିଡ୍‌ ରେଜିଷ୍ଟ୍ରେସନ୍ ବା କାଗଜବିହୀନ ଦଲିଲ୍ ପଞ୍ଜୀକରଣ ବ୍ୟବସ୍ଥା ପ୍ରଚଳନ ପାଇଁ ପଞ୍ଜୀକରଣ ଆଇନ, ୧୯୮୦ରେ ଆବଶ୍ୟକ ସଂଶୋଧନ ଅଣାଯିବ। ଏଥିରେ ଇ-ରେଜିଷ୍ଟ୍ରେସନ୍ ତଥା ପେପରଲେସ୍‌ ପଞ୍ଜୀକରଣ ବ୍ୟବସ୍ଥାରେ ସେଲ୍‌ ଡିଡ୍‌, ବିକ୍ରି ପାଇଁ ଚୁକ୍ତି, ସାଧାରଣ ପାୱାର ଅଫ୍ ଆଟର୍ଣ୍ଣି, ସ୍ଥାବର ସମ୍ପତ୍ତିର ବନ୍ଧକ ଭଳି […]

Read More
Odisha

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଏମଏସଏମଇ ଗ୍ଲୋବାଲ୍ ମାର୍ଟ ପୋର୍ଟାଲରେ “ଓଡ଼ିଶା ରାଜ୍ୟ ଇ-ପ୍ରଦର୍ଶନୀ” ଇ-ପାଭିଲିୟନ ଉନ୍ମୋଚିତ

ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ‘ଏମଏସଏମଇ ଗ୍ଲୋବାଲ୍ ମାର୍ଟ’ ପୋର୍ଟାଲରେ “ଓଡ଼ିଶା ରାଜ୍ୟ ଇ-ପ୍ରଦର୍ଶନୀ” ( ଇ-ପାଭିଲିୟନ)ର ଉନ୍ମୋଚନ କରିଛନ୍ତି । ଏହା ଓଡ଼ିଶାର ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକର କାର୍ଯ୍ୟଦକ୍ଷତାକୁ ଦର୍ଶାଇବା ସହିତ ଜାତୀୟ ତଥା ଅନ୍ତର୍ଜାତୀୟ ବଜାରରେ ପ୍ରବେଶ ସୁବିଧା ଯୋଗାଇବା ପାଇଁ ଉଦ୍ଦିଷ୍ଟ ଏକ ସ୍ୱତନ୍ତ୍ର ଡିଜିଟାଲ୍ ମଞ୍ଚ । ନ୍ୟାସନାଲ୍ ସ୍ମଲ୍ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ( ଏନଏସଆଇସି)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. ସୁଭ୍ରାଂଶୁ […]

Read More
Department

WORKS: ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

-ସବୁ ପ୍ରକଳ୍ପରେ ହେବ ଆଧୁନିକ ଜ୍ଞାନକୌଶଳର ଉପଯୋଗ-ପ୍ରି କାଷ୍ଟ ନିର୍ମାଣ ଉପରେ ଗୁରୁତ୍ୱ, ରାସ୍ତା ଓ କୋଠାବାଡିର ନିୟମିତ ମରାମତି ନେଇ ଆଲୋଚନା ଭୁବନେଶ୍ୱର: ରାଜ୍ୟର ବିକାଶ ମୂଳକ କାର୍ଯ୍ୟକୁ ଆଗେଇ ନେବା କ୍ଷେତ୍ରରେ ପାଣ୍ଠିର ଅଭାବ ନାହିଁ I ରାସ୍ତାଘାଟ ଠାରୁ ଆରମ୍ଭ କରି କୋଠାବାଡ଼ି ଓ ସେତୁ ନିର୍ମାଣ କ୍ଷେତ୍ରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି I ଯୁଗ ସହିତ ତାଳ ଦେଇ ଆମକୁ ଆଗକୁ […]

Read More
Department

HOUSING & URBAN DEVELOPEMENT: ଓଡ଼ିଶା ଯାତ୍ରୀ ଦ୍ୱାରା ଭାରତର ପ୍ରଥମ ରାଜ୍ୟ-ମାଲିକାନା ସୁରକ୍ଷା ଆପ୍ ର ଶୁଭାରମ୍ଭ

ପ୍ରତ୍ୟେକ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ପାଇଁ ଜରୁରୀକାଳୀନ ସହାୟତା ଏବେ ନିକଟତର ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡ଼ିଶା ଯାତ୍ରୀ ସୁରକ୍ଷା ଆପ୍’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାରେ ସୁରକ୍ଷିତ, ସ୍ମାର୍ଟ ଏବଂ ନାଗରିକ-କୈନ୍ଦ୍ରିକ ସହରୀ ଯାତାୟାତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଓଡ଼ିଶା ଯାତ୍ରୀର ବ୍ରାଣ୍ଡ ଆମ୍ବାସାଡର, ବିଶିଷ୍ଟ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ […]

Read More
Department

INDUSTRY: ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବ ଇଡ୍‌କୋ:୩୭ଟି ପ୍ରକଳ୍ପକୁ ଜମି ବଣ୍ଟନ କମିଟିର ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ବିକାଶକୁ ଅଧିକ ଗତିଶୀଳ କରିବା ଏବଂ ନିବେଶକଙ୍କ ପାଇଁ ବ୍ୟବସାୟିକ ସୁଗମତା ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡ୍‌କୋ)ର ଜମି ବଣ୍ଟନ କମିଟି ୩୭ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡକୋ ଅଧ୍ୟକ୍ଷ ଉଷା ପାଢୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କମିଟିର ବୈଠକରେ ଏହି ପ୍ରସ୍ତାବ […]

Read More
Odisha

ଦେଶର ପ୍ରଥମ ଆଇଜିବିସି ପ୍ଲାଟିନମ୍-ସାର୍ଟିଫାଏଡ ସବୁଜ କ୍ୟାମ୍ପସ୍ ହେଲା ଓଡ଼ିଶା ଲୋକଭବନ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଓଡ଼ିଶା ଲୋକ ଭବନ ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନସିଲ୍ (IGBC)ର ଗ୍ରୀନ୍ କ୍ୟାମ୍ପସ ରେଟିଂ ସିଷ୍ଟମ୍ ଅଧୀନରେ ପ୍ଲାଟିନମ୍ ପ୍ରମାଣପତ୍ର ହାସଲ କରି ଦେଶର ପ୍ରଥମ ପ୍ଲାଟିନମ୍ ପ୍ରମାଣପତ୍ରପ୍ରାପ୍ତ ଲୋକ ଭବନ ହୋଇଛି। ଏହା ସ୍ଥାୟୀ ଓ ପରିବେଶ ଅନୁକୂଳ ଭିତ୍ତିଭୂମି ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ଲୋକ ଭବନର ନ୍ୟୁ ଅଭିଷେକ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଜିବିସିର ଜାତୀୟ ଅଧ୍ୟକ୍ଷ ସି. ଶେଖର ରେଡ୍ଡୀଙ୍କଠାରୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ […]

Read More
Department

HOUSING & URBAN DEVELOPEMENT: ଶକ୍ତି ସମ୍ମିଳନୀ ୨୦୨୬ରେ ଲିଙ୍ଗ-ସମ୍ବେଦନଶୀଳ ସହରୀ ଯାତାୟାତକୁ ଗୁରୁତ୍ୱ

ଭୁବନେଶ୍ୱର: “ଯେତେବେଳେ ମହିଳାମାନେ ଆଗକୁ ବଢ଼ନ୍ତି, ସହର ବି ଆଗକୁ ବଢ଼େ।” ଏହି ଦୃଢ଼ ବାର୍ତ୍ତା ସହିତ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଓଡ଼ିଶାର ସହରୀ ପରିବହନ ବ୍ୟବସ୍ଥାରେ ମହିଳାଙ୍କ ସୁରକ୍ଷା, ସୁଗମତା ଓ ସକ୍ରିୟ ଅଂଶଗ୍ରହଣକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି ।ଭୁବନେଶ୍ୱରର ମେଫେୟାରରେ ଆୟୋଜିତ ‘ଶକ୍ତି ସମ୍ମିଳନୀ ୨୦୨୬ : ରାଜ୍ୟ ମହିଳା ଓ ଶିଶୁ ବିକାଶ ନେତୃତ୍ୱ କନକ୍ଲେଭ’ ରେ “ସହରୀ […]

Read More