Responsive Image Link
Department
Trending

HIGHER EDUCATION: ଅକ୍ଟୋବର ୨୬ରୁ ଯୁକ୍ତ ପରୀକ୍ଷା ଫର୍ମ ପୂରଣ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହିକ୍ରମରେ ଆସନ୍ତା ଅକ୍ଟୋବର ୨୬ ତାରିଖରୁ ରେଗୁଲାର ଶିକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ । ନଭେମ୍ବର ୧୧ ତାରିଖ ଯାଏ ଏହି ସୁଯୋଗ ମିଳିବ । ସେହିପରି ଏକ୍ସରେଗୁଲାର ଛାତ୍ରଛାତ୍ରୀମାନେ ଅକ୍ଟୋବର ୧ରୁ ୯ ତାରିଖ ମଧ୍ୟରେ ଫର୍ମ ପୂରଣ କରିବେ । ଫର୍ମ ପୂରଣ ପାଇଁ ୬୦୦ ଟଙ୍କା ସହ ମାଇଗ୍ରେସନ୍ ସାର୍ଟିଫିକେଟ୍ ପାଇଁ ୧୦୦ ଟଙ୍କା ଓ ପାସ୍ ସାର୍ଟିଫିକେଟ୍ ପାଇଁ ୧୦୦ ଟଙ୍କାକୁ ମିଶାଇ ମୋଟ ୮୦୦ ଟଙ୍କା ଅନ୍ଲାଇନ୍ ମାଧ୍ୟମରେ ପୈଠ କରିବେ । ପ୍ରୋଜେକ୍ଟ ୱାର୍କ ଫି ପାଇଁ ବାଣିଜ୍ୟ ବିଭାଗରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ୪୦ ଟଙ୍କା ଅତିରିକ୍ତ ପ୍ରଦାନ କରିବେ । ଯଦି କୌଣସି ଛାତ୍ରଛାତ୍ରୀଙ୍କର ପ୍ରାକ୍ଟିକାଲ ବିଷୟ ରହିଥାଏ ତେବେ ପ୍ରତି ପ୍ରାକ୍ଟିକାଲ ବିଷୟ ପିଛା ୪୦ ଟଙ୍କା ଲେଖାଏଁ ପ୍ରଦାନ କରିବେ । ଏନେଇ ସିଏଚ୍ଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସିଏଚ୍ଏସ୍ଇର ଚିଠି ଅନୁଯାୟୀ, କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାରେ ପଢ଼ୁଥିବା ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀମାନେ ଆସନ୍ତା ବାର୍ଷିକ ପରୀକ୍ଷା ପାଇଁ ଏହି ସମୟ ସୀମା ମଧ୍ୟରେ ନିଜର ଫର୍ମ ପୂରଣ କରିବେ । ରେଗୁଲାର ଛାତ୍ରଛାତ୍ରୀମାନେ ଯଦି ନ କରନ୍ତି ତେବେ ୨୦୦ ଟଙ୍କାର ଜରିମାନା ସହ ନଭେମ୍ବର ୧୭ରୁ ୧୯ ତାରିଖ ମଧ୍ୟରେ କରିପାରିବେ । ଯଦି ଏହି ସମୟ ମଧ୍ୟ ନକରନ୍ତି ତେବେ ୬୦୦ ଟଙ୍କାର ଅତିରିକ୍ତ ଜରିମାନା ଦେଇ ନଭେମ୍ବର ୨୩ରୁ ୨୬ ତାରିଖ ମଧ୍ୟରେ ଫର୍ମ ପୂରଣ କରିବେ । ଫର୍ମ ପୂରଣ କରିସାରିବା ପରେ ନଭେମ୍ବର ୩୦ରୁ ଡିସେମ୍ବର ୭ ତାରିଖ ମଧ୍ୟରେ ପଞ୍ଜିକରଣ ତାଲିକା ସହ ଏସ୍ବି କଲେକ୍ଟ ଓ ଇ-ରିସିଫ୍ଟ ପ୍ରଦାନ କରିବେ ଶିକ୍ଷାନୁଷ୍ଠାନ । ସେହିପରି ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନେ ଦିଆଯାଇଥିବା ସମୟ ଅବଧି ମଧ୍ୟରେ ଫର୍ମ ପୂରଣ ନକଲେ ୨୦୦ ଟଙ୍କାର ଜରିମାନା ସହ ନଭେମ୍ବର ୧୭ରୁ ୧୯ ତାରିଖ ମଧ୍ୟରେ କରିପାରିବେ । ଯଦି ଏହାପରେ ମଧ୍ୟ ନ କରନ୍ତି ତେବେ ୬୦୦ ଟଙ୍କା ଜରିମାନା ସହ ନଭେମ୍ବର ୨୩ରୁ ୨୬ ତାରିଖ ମଧ୍ୟରେ ପଞ୍ଜିକରଣ କରିପାରିବେ । ଏହି ସମୟ ସୀମା ମଧ୍ୟ ଯଦି କୌଣସି ଛାତ୍ରଛାତ୍ରୀମାନେ ପଞ୍ଜିକରଣ ନ କରନ୍ତି ତେବେ ଆଗକୁ ଆଉ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛି ସିଏଚ୍ଏସ୍ଇ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button