ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଭାଗର ସମୀକ୍ଷା ବୈଠକ କରିଛନ୍ତି | ଏହି ଅବସରରେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ, ଚାଲୁଥିବା ପ୍ରକଳ୍ପ ଏବଂ ଭବିଷ୍ୟତ କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିବା ସହ ରାଜ୍ୟର ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଉନ୍ନତି, ଦକ୍ଷତା ଓ ସେବାର ଗୁଣବତ୍ତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ।

ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ, ପରିବହନ ଆୟୁକ୍ତ, ମୁଦ୍ରଣାଳୟ ନିର୍ଦ୍ଦେଶକ, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ, ବନ୍ଦର ନିର୍ଦ୍ଦେଶକ, ରେଳ ସମନ୍ୱୟ ଆୟୁକ୍ତଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ସହ ଜନସାଧାରଣଙ୍କୁ ଅଧିକ ସୁବିଧାଜନକ ଓ ଉନ୍ନତ ସେବା ଯୋଗାଇଦେବା ଦିଗରେ ବିଭାଗ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।