Skip to main content

welcome to business breaking

BusinessBreaking - Responsive Header
Loading date... Loading time...
WORKS: ମୌସୁମୀ ପରବର୍ତ୍ତୀ ରାସ୍ତା ଓ ସେତୁ ମରାମତି ନେଇ ଉଚ୍ଚସ୍ତରୀୟ ବୈଠକ

ଖରାପ ରାସ୍ତାର ତୁରନ୍ତ ମରାମତି ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ନିର୍ଦ୍ଦେଶ

କାର୍ଯ୍ୟରେ ଅବହେଳା କଲେ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଚଳିତ ବର୍ଷ ହୋଇଥିବା ବ୍ୟାପକ ବର୍ଷା ଯୋଗୁଁ ରାଜ୍ୟର ଅନେକ ରାସ୍ତାଘାଟ ଖରାପ ପରିସ୍ଥିତିକୁ ଚାଲିଆସିଛି । ଏପରିକି ଭୂସ୍ଖଳନ ଏବଂ ବନ୍ୟା ପରିସ୍ଥିତି ଯୋଗୁଁ ବହୁ ରାସ୍ତା ନଷ୍ଟ ହେବା ସହ ଧୋଇଯାଇଛି । ଏହି ପରିସ୍ଥିତିର ଦୃଢ଼ ମୁକାବିଲା କରିବା ଏବଂ ନଷ୍ଟ ହୋଇଯାଇଥିବା ରାସ୍ତାର ତୁରନ୍ତ ମରାମତି ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ନଖରା-ନିଆଳି ରାସ୍ତା, ଅଡ଼ଶପୁର-ଜଗତସିଂହପୁର ରାସ୍ତା, କଳିଙ୍ଗା ଘାଟି ରାସ୍ତା ସମେତ କୋରାପୁଟ, ଭଦ୍ରକ, ବାଲେଶ୍ୱର, କଟକ ଟାଉନ୍‌, ଗଞ୍ଜାମ, ସମ୍ବଲପୁର, କେଉଁଝର, ପାରାଦୀପ ଆଦି ରାଜ୍ୟର ବିଭିନ୍ନ ଅଞ୍ଚଳରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାର ମରାମତି ନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମୀକ୍ଷା କରିଥିଲେ | ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟବାସୀଙ୍କୁ ଉତ୍ତମ ସଡ଼କ ପଥ ଯୋଗାଇ ଦେବା ଆମର ନୈତିକ ଦାୟିତ୍ୱ ଏବଂ ଏଥିରେ କୌଣସି ପ୍ରକାର ସାଲିସ୍‌ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଥିଲେ | ଏଥି ସହିତ ରାଜ୍ୟର କିଛି ସ୍ଥାନରେ ରାସ୍ତାର ସ୍ଥିତି ଖରାପ ହୋଇଥିବା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ତୁରନ୍ତ ଏହି ରାସ୍ତାର ମରାମତି ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ସହିତ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀମାନେ ନିୟମିତ ଭାବେ ନିଜ ଅଧିନରେ ଥିବା ରାସ୍ତାର ସ୍ଥିତି ଯାଞ୍ଚ କରି ପ୍ରତି ୧୫ ଦିନରେ ରିପୋର୍ଟ ପ୍ରଦାନ କରିବେ | ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଉପସ୍ଥିତ ରହି କାର୍ଯ୍ୟର ଗୁଣବତ୍ତା ଯାଞ୍ଚ କରିବେ | ଏଥି ସହିତ କାର୍ଯ୍ୟର ଗୁଣବତ୍ତା କ୍ଷେତ୍ରରେ ଖରାପ ପ୍ରଦର୍ଶନ କରୁଥିବା ଠିକା ସଂସ୍ଥା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀ ତଥା ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ |

ବୈଠକରେ ଟେଣ୍ଡର ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଏବଂ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ପରାମର୍ଶ ଦେବା ସହ ୱIମିସ୍‌ ସଫଫେୱୟାରକୁ ଅଧିକ ଦକ୍ଷ ଓ ଉପଯୋଗୀ କରିବା ପାଇଁ ବିଭିନ୍ନ ଉପକ୍ରମ ଯୋଡ଼ିବା ଉପରେ ଆଲୋଚନା କରିଥିଲେ | ଫାଇଲ୍‌ ପ୍ରକ୍ରିୟା ଯେପରି ଅଯଥା ବିଳମ୍ବିତ ନହେବ, ସେ ନେଇ ଅଧିକାରୀମାନେ ଧ୍ୟାନ ଦେବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ପରାମର୍ଶ ଦେଇଥିଲେ ।

ବୈଠକରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ସମୀର ହୋତା, ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍‌) ଇଂ ସତ୍ୟବ୍ରତ ବେହେରା, ବିତ୍ତ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ରତିକାନ୍ତ ମହାପାତ୍ରଙ୍କ, ଅତିରିକ୍ତ ଶାସନ ସଚିବ ଦୀପକ ରଞ୍ଜନ ଦାସ ଓ ପ୍ରଦୀପ କୁମାର ସାହୁଙ୍କ ସମେତ ବିଭିନ୍ନ ଜୋନ୍‌ର ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀମାନେ ଉଭୟ ପ୍ରତ୍ୟକ୍ଷ ଓ ଆଭାସି ମାଧ୍ୟମରେ ଯୋଗଦେଇଥିଲେ |

administrator

Related Articles

Leave a Reply

Your email address will not be published. Required fields are marked *