Responsive Image Link
Money

କାହିଁକି ଆସୁଛି ଏହି ମେସେଜ୍?

ଆୟକର ବିଭାଗ ପକ୍ଷରୁ ଏକ ନୂତନ ଡାଟା-ଚାଳିତ NUDGE (Non-intrusive Usage of Data to Guide and Enable) ଅଭିଯାନ ଆରମ୍ଭ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି କରଦାତାମାନଙ୍କୁ ସେମାନଙ୍କ ଦ୍ୱାରା ହୋଇଥିବା ସମ୍ଭାବ୍ୟ ଭୁଲ ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କୁ ନିଜେ ସଂଶୋଧନ କରିବାକୁ ସୁଯୋଗ ଦେବା।

​କାହାକୁ ସଂଶୋଧିତ ITR (Revised ITR) ଫାଇଲ୍ କରିବାକୁ ପଡ଼ିବ?

​ଯଦି ଆପଣଙ୍କ ପାଖକୁ ଏପରି ମେସେଜ୍ ଆସିଛି, ତେବେ ନିମ୍ନଲିଖିତ ପରିସ୍ଥିତିରେ ଆପଣଙ୍କୁ ସଂଶୋଧିତ ITR ଦାଖଲ କରିବାକୁ ପଡ଼ିପାରେ:

  • ​ଭୁଲ ରିହାତି ଦାବି: ଯଦି ଆପଣ ଏପରି କୌଣସି ରିହାତି (Deduction) କିମ୍ବା ଛାଡ଼ (Exemption) ଦାବି କରିଛନ୍ତି ଯେଉଁଥିପାଇଁ ଆପଣ ଯୋଗ୍ୟ ନୁହନ୍ତି।
  • ​ଆୟ ଏବଂ ତଥ୍ୟ ମଧ୍ୟରେ ଅମେଳ: ଯଦି ଆପଣଙ୍କ ଦ୍ୱାରା ଦିଆଯାଇଥିବା ଆୟର ତଥ୍ୟ, ବିଭାଗ ପାଖରେ ଥିବା AIS (Annual Information Statement) କିମ୍ବା ଫର୍ମ 26AS ସହ ମେଳ ଖାଉନାହିଁ।
  • ​ଭୁଲ ରାଜନୈତିକ ଚାନ୍ଦା: ଯଦି ଆପଣ କୌଣସି ପଞ୍ଜିକୃତ ଅଣ-ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (RUPPs) କୁ ଦେଇଥିବା ଦାନ ଉପରେ ଭୁଲ ଭାବେ ଟ୍ୟାକ୍ସ ରିହାତି ଦାବି କରିଛନ୍ତି।
  • ​ବିଦେଶୀ ସମ୍ପତ୍ତିର ସୂଚନା: ଯଦି ଆପଣଙ୍କର କୌଣସି ବିଦେଶୀ ସମ୍ପତ୍ତି କିମ୍ବା ବିଦେଶରୁ ଆୟ ଅଛି ଏବଂ ଆପଣ ତାହାକୁ ନିଜ ରିଟର୍ଣ୍ଣରେ ଦର୍ଶାଇ ନାହାଁନ୍ତି।

​ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

​୧.  ITR ଯାଞ୍ଚ କରନ୍ତୁ: ପ୍ରଥମେ ଆପଣ ଦାଖଲ କରିଥିବା ITR କୁ ଭଲଭାବେ ପଢ଼ନ୍ତୁ ଏବଂ ଦେଖନ୍ତୁ କୌଣସି ଭୁଲ ରହିଛି କି ନାହିଁ।

୨.  ଡକ୍ୟୁମେଣ୍ଟ୍ ଯାଞ୍ଚ କରନ୍ତୁ: ଆପଣ ଦାବି କରିଥିବା ରିହାତି ପାଇଁ ଆପଣଙ୍କ ପାଖରେ ଉପଯୁକ୍ତ ପ୍ରମାଣପତ୍ର ଅଛି କି ନାହିଁ ନିଶ୍ଚିତ କରନ୍ତୁ।

୩.  ଯଦି ସବୁ ସଠିକ୍ ଅଛି: ଯଦି ଆପଣଙ୍କର ଦାବି ଗୁଡ଼ିକ ସଠିକ୍ ଏବଂ ଆଇନଗତ ଭାବେ ବୈଧ, ତେବେ ଆପଣଙ୍କୁ କୌଣସି ପଦକ୍ଷେପ ନେବାକୁ ପଡ଼ିବ ନାହିଁ। ଆପଣ ସେହି ମେସେଜକୁ ଅଣଦେଖା କରିପାରିବେ।

୪.  ଯଦି ଭୁଲ ଅଛି: ଯଦି ଆପଣ ଦେଖନ୍ତି ଯେ ଅଜାଣତରେ କିଛି ଭୁଲ ହୋଇଛି, ତେବେ ୩୧ ଡିସେମ୍ବର ୨୦୨୫ ପୂର୍ବରୁ ସଂଶୋଧିତ ITR ଦାଖଲ କରନ୍ତୁ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button