Responsive Image Link
Odisha
Trending

ରାଜ୍ୟରେ ପନିର, ଛେନା ଅପମିଶ୍ରଣ ରୋକିବାକୁ ୧୮ ସ୍ୱତନ୍ତ୍ର ଡ୍ରାଇଭ୍

ଖାଦ୍ୟ ଅପମିଶ୍ରଣକୁ ନେଇ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତର

ରାଜ୍ୟରେ ଖାଦ୍ୟ ଅପମିଶ୍ରଣକାରୀଙ୍କ ବିରୋଧରେ କଠୋର ହୋଇଛନ୍ତି ସରକାର । ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ପନିର ଓ ଛେନାରେ ଅପମିଶ୍ରଣ ରୋକିବା ପାଇଁ ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଡ୍ରାଇଭ୍ କରାଯାଇଛି । ଚଢ଼ାଉ ସମୟରେ କେବଳ କଟକରୁ ୭୧ କ୍ୱିଣ୍ଟାଲ ପନିର ଜବତ କରାଯାଇ ନଷ୍ଟ କରାଯାଇଛି । ସେହିପରି ନିଆଳିରେ ମଧ୍ୟ ଚଢ଼ାଉ କରାଯାଇ ଅପମିଶ୍ରଣକାରୀଙ୍କ ବିରୋଧରେ BNSର ଧାରା ୨୭୫, ୩୧୮ ଓ ୪୩୫ ଅନୁସାରେ ଏତଲା ରୁଜୁ ହୋଇଛି ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ଗତ ଦୁଇ ବର୍ଷରେ ୯୫ ଲକ୍ଷ ୯୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ସମୟ ମଧ୍ୟରେ ମୋଟ ୪୧୩ଟି ମାମଲା ରୁଜୁ ହୋଇଥିବା ବେଳେ ୭,୩୯୨ଟି ଲିଗାଲ୍ ସାମ୍ପୁଲ୍ ସଂଗ୍ରହ କରାଯାଇଛି। ଖାଦ୍ୟର ମାନ ଯାଞ୍ଚ ଓ ଅପମିଶ୍ରଣ ରୋକିବା ପାଇଁ ବିଏମ୍‌ସି କେଏମ୍‌ସି ଓ ଆର୍‌ଏମ୍‌ସି ସମେତ ବିଭିନ୍ନ ଅଞ୍ଚଳରେ ନିୟମିତ ଚଢ଼ାଉ ଜାରି ରହିଛି। କେବଳ ଭୁବନେଶ୍ୱରରୁ ୨,୮୧୦ଟି ସାମ୍ପୁଲ୍ ସଂଗ୍ରହ କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button