Department

SCHOOL AND MASS EDUCATION DEPT. ନଭେମ୍ବର ୭ରେ ସାମୂହିକ ‘ବନ୍ଦେ ମାତରମ୍’ ଗାନ କରିବେ ଛାତ୍ରଛାତ୍ରୀ

ଆସନ୍ତା ନଭେମ୍ବର ୭ରେ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ଗାଇବେ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ’। ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ବନ୍ଦେ ମାତରମ୍’ ଗାନ କରାଯିବ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ପକ୍ଷରୁ ଗଣଶିକ୍ଷା/ଉଚ୍ଚଶିକ୍ଷା ବିଭାଗକୁ ଚିଠି କରାଯାଇଛି।

ନଭେମ୍ବର ୭ରେ ଦେଶବ୍ୟାପୀ ‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତ୍ତି ପାଳନ ହେବ। ଏହି ଦିନ ରାଜ୍ୟ ସମସ୍ତ ସ୍କୁଲ ଓ କଲେଜରେ ‘ରାଷ୍ଟ୍ରୀୟ ଗୀତ’ ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ପ୍ରାର୍ଥନା ସଭାରେ ଛାତ୍ରଛାତ୍ରୀମାନେ ଏକାଠି ‘ବନ୍ଦେ ମାତରମ୍‌’ ଗାଇବେ ବୋଲି ଚିଠିରେ କୁହାଯାଇଛି।

‘ଆନନ୍ଦ ମଠ’ ପୁସ୍ତକରେ ସଂଯୋଜିତ ଥିଲା ‘ବନ୍ଦେ ମାତରମ୍‌’
ଆମର ଜାତୀୟ ଗୀତି ଭାବେ ସ୍ୱୀକୃତ ‘ବନ୍ଦେ ମାତରମ୍‌’ ଗୀତଟିର ରଚୟିତା ହେଉଛନ୍ତି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ। ଏହି ଗୀତଟି ତାଙ୍କ ଲିଖିତ ‘ଆନନ୍ଦ ମଠ’ ପୁସ୍ତକରେ ସଂଯୋଜିତ ଥିଲା। ଏହି ପ୍ରସିଦ୍ଧ ଗୀତଟି ୧୮୭୫ ମସିହା ସେପ୍ଟେମ୍ବର ୭ ତାରିଖରେ ଲେଖା ଯାଇଥିଲା। ୧୮୮୨ ମସିହାରେ ଗୀତଟି ପ୍ରକାଶ ପାଇଥିଲା। ୧୯୫୦ ଜାନୁଆରି ୨୪ ତାରିଖରେ ଗୀତଟିକୁ ଜାତୀୟ ଗୀତି ଭାବେ ଚୟନ କରାଯାଇଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Back to top button