Responsive Image Link
Industries
Trending

ନଭେମ୍ବର ୧୭ରେ ଭୁବନେଶ୍ଵରରେ ଜାତୀୟ ମାନବ ସମ୍ବଳ (HR) ସମ୍ମିଳନୀ

ଉତ୍କଳ କେଶରୀ ଡ଼. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ନଭେମ୍ବର ୧୭ରେ ଭୁବନେଶ୍ଵରରେ ଜାତୀୟ ମାନବ ସମ୍ବଳ (HR) ସମ୍ମିଳନୀ ଅନୁଷ୍ଠିତ ହେବ | ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ୨୫ରୁ ଅଧିକ ବକ୍ତା ଓ ୩୦୦ରୁ ଅଧିକ ପ୍ରତିନିଧି ଯୋଗ ଦେବେ ବୋଲି ଆୟୋଜକ କଳିଙ୍ଗ ଭାରତୀ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି |
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନର ଜାତୀୟ ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ଇଂ. ଅକ୍ଷୟ କୁମାର ସାମଲ କହିଛନ୍ତି ଯେ ଏହି ଫାଉଣ୍ଡେସନ କେବଳ ଓଡ଼ିଶାରେ ନୁହେଁ, ବରଂ ସମଗ୍ର ଦେଶରେ ଏକ ପ୍ରମୁଖ ସଂଗଠନ ଭାବେ କଳା, ସଂସ୍କୃତି ଓ ସାମାଜିକ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛି | ଆସନ୍ତା ଜାତୀୟ ମାନବ ସମ୍ବଳ ସମ୍ମିଳନୀରେ ବହୁ ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ଅତିଥି ରୂପେ ଯୋଗଦେବେ | ଦୁଇଟି ଅଧିବେଶନରେ ବହୁ ଜାତୀୟ ସ୍ତରୀୟ ବକ୍ତା ଓ ବିଶେଷଜ୍ଞ ଯୋଗଦେଇ ପ୍ରତିଭାର ବିକାଶ, ଏଆଇ ଯୁଗରେ ମାନବ ସମ୍ବଳ ଓ ଏହାର ବିଭିନ୍ନ ଦିଗ ପ୍ରସଙ୍ଗରେ ମାନସମନ୍ଥନ କରିବେ | ସମ୍ମିଳନୀରେ ବେଦାନ୍ତ ଆଲୁମିନିୟମ ଆଣ୍ଡ ପାୱାର, ଓଡିଶାକୁ ଶ୍ରେଷ୍ଠ ସିଏସ୍ଆର୍ ପୁରସ୍କାର ପ୍ରଦାନ କରାଯିବ | ଏଥିସହ ଓଡ଼ିଶାର କଳା, ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯିବ ବୋଲି ଇଂ. ସାମଲ ସୂଚନା ଦେଇଛନ୍ତି | ସମ୍ମିଳନୀରେ ପ୍ରଦର୍ଶନୀ, ସ୍ମରଣିକା ଉନ୍ମୋଚନ ଏବଂ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ |
ଆଜିର ସାମ୍ବାଦିକ ସମ୍ମିଳନୀରେ ଇଂ. ସାମଲଙ୍କ ସହ ମନୋଜ ପାଣିଗ୍ରାହୀ, ବିଜୟ କୁମାର ସାମଲ, ମନୋରଞ୍ଜନ ରଥ, ବିଜୟ କୁମାର ମିଶ୍ର, ରବିନାରାୟଣ ସାହୁ, ଶିବପ୍ରସାଦ ଦାସ, ସନ୍ତୋଷ ରାଉତ ଏବଂ ମୁଖ୍ୟ ସଂଯୋଜିକା ଜାଗୃତି ଦାସ ପ୍ରମୁଖ ଉପସ୍ଥିତ ଥିଲେ |

Show More

Related Articles

Leave a Reply

Your email address will not be published. Required fields are marked *

Back to top button