Odisha
Trending

ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍‌ ଆୟୋଜିତ

ଭୁବନେଶ୍ୱର: ଭାରତର ଅନ୍ୟତମ ପ୍ରିମିୟର ମ୍ୟାନେଜମେଂଟ୍ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ପ୍ରୋଜେକ୍ଟ ପଏଂଟ୍ ଓଡ଼ିଶା ସହଯୋଗରେ ‘ବିକଶିତ ଭାରତ ପାଇଁ ଓଡ଼ିଶାରେ ଯୁବବର୍ଗଙ୍କ ସଶକ୍ତୀକରଣ’ ବିଷୟବସ୍ତୁ ଉପରେ ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ଆୟୋଜନ କରାଯାଇଛି । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମବଣାଳୟର ଏକ ଅଭିଯାନ ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହାର ଲକ୍ଷ୍ୟ ହେଉଛି ବିକଶିତ ଭାରତ ୨୦୪୭ ପାଇଁ ରହିଥିବା ଜାତୀୟ ଲକ୍ଷ୍ୟ ପ୍ରତି ଯୋଗଦାନ ପ୍ରଦାନ କରିବାରେ ଯୁବ ଲିଡର୍ ଓ ଅଂଶୀଦାରଙ୍କୁ ନେଇ ଅର୍ଥପୂର୍ଣ୍ଣ ଆଲୋଚନାକୁ ସୁଦୃଢ଼ କରିବା ।
ଏହି ରାଉଣ୍ଡ୍‌ଟେବୁଲ୍ କାର୍ଯ୍ୟକ୍ରମରେ ମାଇଁ ଭାରତ ସମ୍ବଲପୁରର ଯୁବ ପ୍ରତିନିଧି ଓ ଆଦିବାସୀ ଯୁବ ପ୍ରତିନିଧିଙ୍କ ସମେତ ପ୍ରାୟ ୨୦ ପ୍ରତିନିଧି ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ଭାରତର ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ ସହ ସମନ୍ୱିତ ଯୁବ ନେତୃତ୍ୱ, ନବସୃଜନ, ପ୍ରଶାସନ, ଅନ୍ତର୍ଭୁକ୍ତୀକରଣ ବିକାଶ ଓ ଆଂଚଳିକ ସ୍ୱତବ ଅଭିବୃଦ୍ଧି ରଣନୀତି ବିଷୟ ଉପରେ
ଆଲୋଚନା ପାଇଁ ଏକ ମଂଚ ପ୍ରଦାନ କରିଥିଲା । ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ, ପ୍ରୋଜେକ୍ଟ ପଏଂଟ୍ ଓଡ଼ିଶାର ଅଧ୍ୟକ୍ଷ ଓ ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ, ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମବଣାଳୟର ପୂର୍ବତନ ନିର୍ଦେଶକ, ଏନୱାଇକେଏସ୍ ଶ୍ରୀ ସତ୍ୟ ପ୍ରକାଶ ପ…ନାୟକ, ନିହାର ରଞ୍ଜନ ଦାଶ, ଓଡିଶା ସରକାରଙ୍କ ବିଶେଷ ସଚିବ ଏବଂ ଅଭା ମିଶ୍ରା, ରାଜ୍ୟ ପ୍ରମୁଖ, ଯୁଏନ୍‌ଡିପି ଓଡିଶା ଯୋଗଦେଇଥିଲେ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରଗଠନରେ ପ୍ରତ୍ୟକ୍ଷ ଭାବେ ଯୋଡ଼ିହେବାରେ ଯୁବବର୍ଗଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ
କରାଯାଇଥିଲା ଏବଂ ଲିଡର, ଶିଳ୍ପ ବିଶେଷଜ୍ଞ ଓ ନୀତି ନିର୍ମାତାମାନେ ବିକଶିତ ଭାରତ ୨୦୪୭ ସମ୍ପର୍କିତ ୧୦ଟି ବିଷୟ ଉପରେ ପ୍ରମୁଖ ଆହ୍ୱାନ, ଉଦୀୟମାନ ସୁଯୋଗ ଓ ଅଭିନବ ସମାଧାନ ଉପରେ ଆଲୋଚନା କରିଥିଲେ । ଆଲୋଚନାରେ ଓଡ଼ିଶାର ସାମାଜିକ-ଅର୍ଥନୈତିକ ଓ ସାଂସ୍କୃତିକ ବିଷୟ ଉପରେ ସ୍ୱତବ ଗୁରୁତ୍ୱ ଦେଇ ନିରନ୍ତର ବିକାଶ ଅଭ୍ୟାସ ଉପରେ
ଗୁରୁତ୍ୱାରୋପ କରାଯାଇଥିଲା ।

ଏହି ଅବସରରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍ତି ଯେ, “ଯେତେବେଳେ ଶିକ୍ଷା ଜରିଆରେ ଏଆଇର ସମ୍ଭାବନାକୁ ବୁଝିବା ଓ ପ୍ରୟୋଗ କରିବା ବିଷୟରେ ଯୁବବର୍ଗ ସଶକ୍ତ ହୋଇଥାନ୍ତି ସେତେବେଳେ ପ୍ରଭାବଶାଳୀ ସମାଧାନ ସୃଷ୍ଟି ହେବାର ସମ୍ଭାବନା ଅପାର ହୋଇଥାଏ । ଏଆଇ ଆଧାରିତ ନସୃଜନନ ବିଶ୍ୱସ୍ତରୀୟ ଆହ୍ୱାନ ସମେତ ଭାରତରେ ସମ୍ବଲପୁର ଭଳି ଛୋଟ ସହରଠାରୁ ଆରମ୍ଭ କରି ମେଟ୍ରୋପଲିଟାନ
ସହର ପର୍ଯ୍ୟନ୍ତ ସହରାଚଂଳ ସମସ୍ୟାର ସମାଧାନ କରିପାରିବ । ପ୍ରକୃତ ପରିବର୍ତନ ଶିକ୍ଷାଦାନରୁ ଶିକ୍ଷା ଗ୍ରହଣକୁ ପରିବର୍ତନ ହେବା ଦରକାର ଯେଉଁଠାରେ ଶିକ୍ଷା, ଶିଳ୍ପ ଓ ପ୍ରଶାସନରେ ଏଆଇ ଗୁରୁତ୍ୱପୂର୍ଣ୍ଣ ଭାବନା ଓ ସମସ୍ୟା ସମାଧାନରେ ଉନତି ଆଣିପାରିବ । ତାହା ହେଉଛି ବିକଶିତ ଭାରତ ପାଇଁ ପଥ ଯେଉଁଠାରେ ଶିକ୍ଷା ଆଧାରିତ ଓ ପ୍ରଯୁକ୍ତି ପରିଚାଳିତ ସମାଧାନ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତକୁ ଆକାର ପ୍ରଦାନ କରିବ ।’’
ପ୍ରୋଜେକ୍ଟ ପଏଂଟ୍ ଓଡ଼ିଶାର ଅଧ୍ୟକ୍ଷ ଓ ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ କହିଛନ୍ତି ଯେ, “ବିକଶିତ ଭାରତ ସ୍ୱପ୍ନ ସେତେବେଳେ ସାକାର ହୋଇପାରିବ ଯେତେବେଳେ ତୃଣମୂଳ ଓ ଆଦିବାସୀ ସମୁଦାୟ ସମେତ ପ୍ରତିଟି ଅଂଚଳର ଯୁବବର୍ଗ ରାଷ୍ଟ୍ର ଗଠନ ଯାତ୍ରାରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବେ । ଏହି ଡାଏଲଗର ଲକ୍ଷ୍ୟ ହେଉଛି ସ୍ଥାନୀୟ
ବାସ୍ତବତାକୁ ନେଇ ମିଳିତ ଭାବେ ସମାଧାନ ପ୍ରସ୍ତୁତ କରିବା ସହ ୨୦୪୭ ସୁଦ୍ଧା ଭାରତର ସାମଗ୍ରିକ ଲକ୍ଷ୍ୟ ପ୍ରତି ଅର୍ଥପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବାରେ ଯୁବବର୍ଗଙ୍କୁ ସଶକ୍ତ କରିବା ।’’
ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମବଣାଳୟର ପୂର୍ବତନ ନିର୍ଦେଶକ, ଏନୱାଇକେଏସ୍ ଶ୍ରୀ ସତ୍ୟ ପ୍ରକାଶ ପ…ନାୟକ କହିଛନ୍ତି ଯେ, “ମାଇଁ ଭାରତ ଯୁବବର୍ଗଙ୍କୁ ପରିବର୍ତନକାରୀ ଦୃଷ୍ଟିରେ ଦେଖୁଛି ଓ ଏଭଳି କାର୍ଯ୍ୟକ୍ରମରେ ସେହି ଲକ୍ଷ୍ୟକୁ ଢ଼ାଂଚାଗତ ଅଂଶଗ୍ରହଣ, ନେତୃତ୍ୱ ବିକାଶ ଓ ତୃଣମୂଳ ପ୍ରଭାବରେ ପରିଣତ କରୁଛି । ତେଣୁ ଏକ ପ୍ରତିକ୍ରିୟାଶୀଳ ପ୍ରଶାସନ ପାଇଁ ଯୁବ ଆଧାରିତ ଆଲୋଚନା ଜରୁରୀ । ଏଭଳି ପ୍ଲାଟଫର୍ମ ଯୁବ ନାଗରିକମାନଙ୍କୁ ନୀତି ପ୍ରସ୍ତୁତି, ଗୋଷ୍ଠୀ ବିକାଶ ଓ ଜନସେବାରେ ଅର୍ଥପୂର୍ଣ୍ଣ ଭାବେ ଯୋଡ଼ିହେବା ପାଇଁ ପ୍ରସ୍ତୁତ କରିବ ।’’ ଶ୍ରୀ ନିହାର ରଞ୍ଜନ ଦାଶ, ଓଡ଼ିଶା ସରକାରଙ୍କ ବିଶେଷ ସଚିବ, କହିଲେ, “ନୂତନ ଶିକ୍ଷା ଦୃଷ୍ଟିକୋଣ ବିଭାଗୀୟ ସୀମା ଓ ପୂର୍ବଧାରଣାକୁ ଅତିକ୍ରମ କରି, ସୃଜନାଞଗକ ଅଭିବ୍ୟକ୍ତିରୁ ଆରମ୍ଭ କରି ସଂବିଧାନୀୟ ବୁଝାମଣା ପର‌୍ୟ୍ୟନ୍ତ ପ୍ରତ୍ୟେକ
ଶିଶୁର ଆକାଂକ୍ଷାକୁ ପୋଷଣ କରିବା ଉଚିତ ।”
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ନୀତି ନିର୍ମାତା, ଶିକ୍ଷାବିତ୍‌, ଯୁବ ଲିଡର ଓ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗଦେଇ ଭାରତର ଭବିଷ୍ୟତ ବିକାଶ ନକ୍ସାକୁ ଆକାର ପ୍ରଦାନ କରିବାରେ ଯୁବବର୍ଗଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଓ ସୁପାରିସ ପ୍ରଦାନ କରିଥଇଲେ ।

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍ ଭଳି କାର୍ଯ୍ୟକ୍ରମ ଜରିଆରେ ଆଇଆଇଏମ୍ ସମ୍ବଲପୁର ଶିକ୍ଷାଗତ ଉତ୍କର୍ଷ, ଯୁବ ସମ୍ପୃକ୍ତି ଓ ନୀତି ଆଧାରିତ ପ୍ରକ୍ରିୟାକୁ ବ୍ୟବହାର କରି ଜାତୀୟ ବିକାଶ ଆଲୋଚନାକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ୨୦୪୭ ସୁଦ୍ଧା ବିକଶିତ ଦେଶ ହେବା ପାଇଁ ଭାରତର ଯାତ୍ରାରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବା
ପାଇଁ ସାମାଜିକ ଦାୟିତ୍ୱବାନ ଲିଡରଙ୍କୁ ପ୍ରସ୍ତୁତ କରିବା ପ୍ରତି ଆଇଆଇଏମ୍ ସମ୍ବଲପୁର ପ୍ରତିବଦ୍ଧ ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button