RBI ର କଡ଼ା ନିୟମ: ବ୍ୟାଙ୍କଗୁଡ଼ିକ ଏବେ ଗ୍ରାହକଙ୍କୁ ମନଇଚ୍ଛା ପ୍ରଡକ୍ଟ ବିକ୍ରି କରିପାରିବେ ନାହିଁ

ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଦ୍ୱାରା ବିଭିନ୍ନ ଆର୍ଥିକ ସେବା ଓ ଉତ୍ପାଦର ବିକ୍ରିକୁ ନିୟନ୍ତ୍ରଣ କରିବା ପାଇଁ RBI ଏକ ବ୍ୟାପକ ଚିଠା ନିର୍ଦ୍ଦେଶନାମା ଜାରି କରିଛନ୍ତି। ବିଜ୍ଞାପନ, ମାର୍କେଟିଂ ଏବଂ ବିକ୍ରୟ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ସହ ଗ୍ରାହକଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।କ’ଣ ରହିଛି ମୁଖ୍ୟ ନିୟମ?ମିସ୍-ସେଲିଂ ଉପରେ ରୋକ୍: ଅନେକ ସମୟରେ ବ୍ୟାଙ୍କଗୁଡ଼ିକ ନିଜର ଟାର୍ଗେଟ୍ ପୂରଣ କରିବା ପାଇଁ ଗ୍ରାହକଙ୍କୁ ସେମାନଙ୍କ ଆବଶ୍ୟକତା ନଥାଇ ମଧ୍ୟ ବିଭିନ୍ନ ପଲିସି ବା ସ୍କିମ୍ ବିକ୍ରି କରିଥାନ୍ତି। ଏବେ ଏହା ଉପରେ କଟକଣା ଲଗାଯିବ।ତୃତୀୟ ପକ୍ଷ ଉତ୍ପାଦ (Third Party Products): ବ୍ୟାଙ୍କ କାଉଣ୍ଟରରେ ବିକ୍ରି ହେଉଥିବା ବୀମା, ମ୍ୟୁଚୁଆଲ୍ ଫଣ୍ଡ୍ କିମ୍ବା ଅନ୍ୟାନ୍ୟ ସେବାଗୁଡ଼ିକ ଗ୍ରାହକଙ୍କ ଆବଶ୍ୟକତା ଏବଂ ସେମାନଙ୍କର ବିପଦ ସହିବାର କ୍ଷମତା (Risk Appetite) ଅନୁଯାୟୀ ହେବା ଜରୁରୀ।ସଠିକ୍ ସୂଚନା: ବିଜ୍ଞାପନ ଏବଂ ମାର୍କେଟିଂ ସମୟରେ ବ୍ୟାଙ୍କଗୁଡ଼ିକୁ ସେବା ସମ୍ବନ୍ଧୀୟ ସମସ୍ତ ସର୍ତ୍ତାବଳୀ ସ୍ପଷ୍ଟ ଭାବେ ଜଣାଇବାକୁ ପଡ଼ିବ।କାହିଁକି ନିଆଗଲା ଏହି ନିଷ୍ପତ୍ତି?: ଗତ ସପ୍ତାହରେ ମୁଦ୍ରା ନୀତି (Monetary Policy) ଘୋଷଣା ସମୟରେ RBI ଗଭର୍ଣ୍ଣର ଏହି ବିଷୟରେ ଚିନ୍ତା ପ୍ରକଟ କରିଥିଲେ। ଗ୍ରାହକଙ୍କ ସ୍ୱାର୍ଥରକ୍ଷା ପାଇଁ ଏକ ସୁଦୃଢ଼ ନିୟମର ଆବଶ୍ୟକତା ରହିଥିବା ସେ କହିଥିଲେ।ମୁଖ୍ୟ ଲକ୍ଷ୍ୟ: ବ୍ୟାଙ୍କ ଏବଂ ଗ୍ରାହକଙ୍କ ମଧ୍ୟରେ ଥିବା ବିଶ୍ୱାସକୁ ବଜାୟ ରଖିବା ଏବଂ ଗ୍ରାହକଙ୍କୁ କୌଣସି ପ୍ରକାରର ଆର୍ଥିକ ଶୋଷଣରୁ ରକ୍ଷା କରିବା।



