Skip to main content

welcome to business breaking

BusinessBreaking - Responsive Header
Loading date... Loading time...

ସବୁ କ‌ଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମିଳିବ ମାଗଣା ୱାଇଫାଇ ଇଣ୍ଟରନେଟ୍‌ ସୁବିଧା

ସବୁ କ‌ଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମିଳିବ ମାଗଣା ୱାଇଫାଇ ଇଣ୍ଟରନେଟ୍‌ ସୁବିଧା

ରାଜ୍ୟର ସବୁ କ‌ଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ୱାଇଫାଇ ଇଣ୍ଟରନେଟ୍‌ ସୁବିଧା ମିଳିବ। ଏଥି ପାଇଁ ରାଜ୍ୟ ସରକାର ‘ଓଡ଼ିଶା ଶିକ୍ଷାନେଟ୍‌’ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏ ବାବଦରେ ୩୯୩.୬୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଚଳିତ ଆର୍ଥିକ ବର୍ଷରୁ ୨୦୨୮-୨୯ ମଧ୍ୟରେ ଏହା ଖର୍ଚ୍ଚ ହେବ। ଏହି ବଜେଟ୍‌କୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋନ ଦେଇଛି।

କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସରକାରଙ୍କ ପକ୍ଷରୁ କୁହାଯାଇଛି, ୬୦୧ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ ପିଲାମାନଙ୍କୁ ମାଗଣାରେ ହାଇ-ସ୍ପିଡ୍‌ ୱାଇଫାଇ ସଂଯୋଗ ମିଳିବ। ପ୍ରତି ଛାତ୍ରଛାତ୍ରୀ ଦିନକୁ ୧ ଜିବି ଡାଟା ମାଗଣାରେ ପାଇବେ। ପିଲାଙ୍କୁ ଶିକ୍ଷାଗ୍ରହଣ, ଗବେଷଣା ଓ ଦକ୍ଷତା ବିକାଶ ପାଇଁ ଏପରି ଯୋଜନା ହାତକୁ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୩୦ଟି କଲେଜରେ ଏହା ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ଏହା ଦ୍ବାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଉପକୃତ ହେବେ। ବିଶେଷ କରି ଗ୍ରାମାଞ୍ଚଳ, ଦୁର୍ଗମ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଖରେ ଗୁଣାତ୍ମକ ଉଚ୍ଚଶିକ୍ଷା ଉପଲବ୍ଧ ହୋଇପାରିବ।

ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ ନିୟମାବଳୀରେ ଏକ ଗୁରୁତ୍ବପୂର୍ଣ୍ଣ ସଂଶୋଧନ ଉପରେ କ୍ୟାବିନେଟ୍ ମୋହର ବାଜିଛି। ଏଣିକି ଓସିଏସ୍ ପରୀକ୍ଷା ଦେବା ପାଇଁ ଥିବା ‘ପ୍ରୟାସ’ର ସୀମା ଉପରୁ କଟକଣା ହଟିଯିବ। ନିର୍ଦ୍ଧାରିତ ବୟସ ଓ ଅନ୍ୟାନ୍ୟ ସର୍ତ୍ତ ପୂରଣ କରୁଥିବା ପ୍ରାର୍ଥୀମାନେ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ। ସେଥିପାଇଁ ‘ପ୍ରୟାସ’ର କୌଣସି ସୀମା ରହିବ ନାହିଁ।

editor

Related Articles

Leave a Reply

Your email address will not be published. Required fields are marked *