Skip to main content

welcome to business breaking

Department

ENERGY DEPT: କାନାଡ଼ା ହାଇକମିଶନରଙ୍କ ଓଡ଼ିଶା ଉପମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ; ବାଣିଜ୍ୟ, ଖଣିଜ ସମ୍ପଦ ଓ ଦ୍ବିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା

ଭାରତରେ ଅବସ୍ଥାପିତ କାନାଡାର ହାଇକମିଶନର କ୍ରିଷ୍ଟୋଫର କୁଟର ନିଜ ପତ୍ନୀଙ୍କ ସହ ଲୋକସେବା ଭବନଠାରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ସିଏମଡ଼ି ଓପିଟିସିଏଲ୍ ଭାସ୍କର ଜ୍ୟୋତି ଶର୍ମା ମଧ୍ୟ […]

Read More
Odisha

ଉପମୁଖ୍ୟମନ୍ତ୍ରୀଙ୍କ ସହ ଜାତିସଂଘର ଆବାସିକ ସମନ୍ୱୟକାରୀଙ୍କ ସୌଜନ୍ୟମୂଳକ ସାକ୍ଷାତ

କୃଷି, ପର୍ଯ୍ୟଟନ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା ଭାରତରେ ଜାତିସଂଘର ଆବାସିକ ସମନ୍ୱୟକାରୀ (UN Resident Coordinator) ମିଷ୍ଟର ଷ୍ଟିଫାନ ପ୍ରିସନର୍ ଆଜି ଲୋକସେବା ଭବନଠାରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ଉପସ୍ଥିତ ଥିଲେ। ଓଡ଼ିଶା […]

Read More

The Business Breaking E-Paper May 1st To 15th 2026

Read More
Department

ENERGY DEPT: ପାୱାର ସିଷ୍ଟମ ସିମୁଲେସନ ଲାବୋରେଟୋରୀର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

‘ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ’ (OPTCL) ପକ୍ଷରୁ ଚନ୍ଦକାସ୍ଥିତ ପାୱାର ଟ୍ରେନିଂ ସେଣ୍ଟର (PTC) ଠାରେ ଏକ ଅତ୍ୟାଧୁନିକ ପାୱାର ସିଷ୍ଟମ ସିମୁଲେସନ ଲାବୋରେଟୋରୀ ଉଦଘାଟନ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଓପିଟିସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାସ୍କରଜ୍ୟୋତି ଶର୍ମାଙ୍କ ଉପସ୍ଥିତିରେ ଏହି ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ନୂତନ ଲାବୋରେଟୋରୀଟି ଓପିଟିସିଏଲର ବୈଷୟିକ ଦକ୍ଷତା, ଗ୍ରୀଡ୍ ପରିଚାଳନା ଏବଂ କାର୍ଯ୍ୟ ବିଶ୍ୱସନୀୟତାକୁ […]

Read More
Odisha

ଅହମଦାବାଦ, ମୁନ୍ଦ୍ରା ଓ ଭଦଦୋରାରେ ଶିଳ୍ପପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

-ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗୁଜୁରାଟ ଗସ୍ତ-ଇନଭେଷ୍ଟର୍‌ସ-ମିଟ୍, ବିଭିନ୍ନ ବର୍ଗର ଉଦ୍ୟୋଗପତିଙ୍କ ସହିତ ରାଉଣ୍ଡଟେବୁଲ୍ ବୈଠକ ଓଡ଼ିଶାରେ ନିବେଶ ପାଇଁ ହାଇଦ୍ରାବାଦ ଏବଂ କୋଲକତାରେ ସଫଳ ରୋଡ୍ ସୋ ପରେ ଓଡ଼ିଶା ବର୍ତ୍ତମାନ ତାହାର ନିବେଶ ଆକର୍ଷଣ ଅଭିଯାନକୁ ଗୁଜରାଟକୁ ବିସ୍ତାର କରିବାକୁ ପ୍ରସ୍ତୁତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମେ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଗୁଜରାଟର ୪ଟି ସହରରେ ୩ ଦିନିଆ ଗସ୍ତ କରି ଉଦ୍ୟୋଗପତି ଓ ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ କରିବା […]

Read More
Department

REVENUE DEPT: ଲୋକାଭିମୁଖୀ ଲୋକସେବା ନିମନ୍ତେ ପ୍ରତିଜ୍ଞାବଦ୍ଧ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

-ସମୀକ୍ଷା ବୈଠକରେ ରାଜସ୍ୱ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ସବିଶେଷ ଆଲୋଚନା-ଅନ୍ୟ ବିଭାଗମାନଙ୍କ ପାଇଁ ରାଜସ୍ୱ ବିଭାଗ ହେବ ଟ୍ରେଣ୍ଡସେଟର୍ ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନବୀକୃତ ସମ୍ମିଳନୀ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭାଗର ବିଭିନ୍ନ ସଫଳତା, ପାରଦର୍ଶୀ କାର୍ଯ୍ୟକ୍ରମ ଏବଂ ଆଗାମୀ ଦିନମାନଙ୍କରେ ବିଭାଗର କାର୍ଯ୍ୟଧାରା ସମ୍ପର୍କରେ ଉପସ୍ଥାପନା ପ୍ରଦର୍ଶିତ ହୋଇଥିଲା l […]

Read More
E-Paper

The Business Breaking E-Paper May 1st To 15th 2026

Read More
Department

FOOD SUPPLIES & CONSUMER WELFARE DEPT: ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ, ଡିଜେଲ ଯୋଗାଣର ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ

-ଘରୋଇ ଗ୍ୟାସ ଯୋଗାଣର ସ୍ଥିତି ସ୍ୱାଭାବିକ-ଯଥେଷ୍ଟ ପରିମାଣରେ ମହଜୁଦ ଅଛି ପେଟ୍ରୋଲ-ଡିଜେଲ-ପେଟ୍ରୋଲ-ଡିଜେଲ ଦର ବୃଦ୍ଧି କେବଳ ଗୁଜବ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ-ଡିଜେଲ୍‌ର ଉପଯୁକ୍ତ ଯୋଗାଣର ସ୍ଥିତି ସମୀକ୍ଷା କରିଛନ୍ତି । ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ପାତ୍ର ଏଚ୍‌ପିସିଏଲ୍‌, ଆଇଓସିଏଲ୍‌, ବିପିସିଏଲ୍‌, ଆଦାନୀ ଗ୍ରୁପ୍‌ ଆଦି ବିଭିନ୍ନ ଇନ୍ଧନ ବିତରଣକାରୀ ସଂସ୍ଥାର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ସହ ରାଜ୍ୟରେ ରନ୍ଧନ […]

Read More
Odisha

କେନ୍ଦୁଝର ଜିଲ୍ଲାକୁ ୧, ୩୩୦ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

-ପ୍ରାୟ ୭୦୫ କୋଟିର ୬୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ-୨୫୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୪ଟି ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ-୧୦୧ଟି ନୂତନ ପ୍ରକଳ୍ପ ପାଇଁ ପ୍ରାୟ ୩୭୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ -କେନ୍ଦୁଝରକୁ ଦେଶର ଏକ ଶ୍ରେଷ୍ଠ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ଗଢି ତୋଳାଯିବ: ମୋହନ କେନ୍ଦୁଝର ଜିଲ୍ଲାର ସାମଗ୍ରିକ ବିକାଶ ଓ ଗମନାଗମନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରଠାରେ ଏକାଧିକ […]

Read More
Department

SCHOOL & MASS EDUCATION DEPT: ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ

ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ତେବେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା […]

Read More