Responsive Image Link
Department
Trending

LAW: ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟ

ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ (OSLSA)ର ନୂତନ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟଙ୍କୁ ମନୋନୀତ କରାଯାଇଛି। ଓଡ଼ିଶା ସରକାରଙ୍କ ଆଇନ ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏହି ନିଯୁକ୍ତି ସମ୍ପର୍କରେ ସୂଚନା ଦିଆଯାଇଛି। ଆଇନ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭ର ଧାରା ୬(୨)(ଖ) ଅନୁଯାୟୀ ଏହି ମନୋନୟନ କରାଯାଇଛି।

ରାଜ୍ୟ ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ଆଇନଗତ ସହାୟତା ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ନିଃଶୁଳ୍କ ଆଇନ ସହାୟତା ପ୍ରଦାନ, ଲୋକ ଅଦାଲତ ଆୟୋଜନ, ଆଇନ ସଚେତନତା ସୃଷ୍ଟି ଏବଂ ସମାଜର ଦୁର୍ବଳ ବର୍ଗଙ୍କ ପାଇଁ ନ୍ୟାୟ ପ୍ରାପ୍ତିକୁ ସୁଗମ କରିବା ଭଳି କାର୍ଯ୍ୟ ସମ୍ପାଦିତ ହୋଇଥାଏ। OSLSAର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଜଷ୍ଟିସ୍ ରାଉତରାୟ ଏହି ସମସ୍ତ ଆଇନ ସେବା କାର୍ଯ୍ୟକ୍ରମର ପ୍ରଶାସନିକ ଓ ନୀତିଗତ ଦିଗରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ।

x

Show More

Related Articles

Leave a Reply

Your email address will not be published. Required fields are marked *

Back to top button