Department
Trending

SKILL DEVELOPMENT AND TECHNICAL EDUCATION DEPT: ଜାନୁଆରୀ ୨୭ରୁ ଓଜେଇଇ ଆବେଦନ, ମେ ୧୧ରୁ ୧୭ ଯାଏ ପରୀକ୍ଷା

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ୨୦୨୬ ପାଇଁ ଆସନ୍ତା ୨୭ ତାରିଖରୁ ଆବେଦନ ଆରମ୍ଭ ହେବ । ମାର୍ଚ୍ଚ ୨୬ ତାରିଖ ଯାଏ ଆବେଦନ ଚାଲିବ | ମେ ୧୧ରୁ ୧୭ ଯାଏ ପରୀକ୍ଷା ହେବ । ମେ ୩୧ରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଓଜେଇଇ ପକ୍ଷରୁ ଏପରି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି । ଏହାକୁ ଗତ ୨୨ ତାରିଖରେ ହୋଇଥିବା ପଲିସି ପ୍ଲାନିଂ ବଡିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦନ ମିଳିଛି ।

ବିଭାଗୀୟ ତଥ୍ୟ ଅନୁଯାୟୀ, ବି ଫାର୍ମା, ଏମ୍‌ସିିଏ, ଏମ୍ଏସ୍‌ସି (କମ୍ପ୍ୟୁଟର ସାଇନ୍ସ), ଏମ୍‌ବିଏ, ଇଣ୍ଟିଗ୍ରେଡେଟ୍ ଏମ୍‌ବିଏ, ବି କାଟ୍, ନର୍ସିଂ, ଏମ୍‌ଟେକ୍, ଏମ୍‌ଟେକ୍, ଏମ୍ ଆର୍କ, ଏମ୍ ପ୍ଲାନ୍, ଏମ୍ ଫାର୍ମା, ଲାଟେରାଲ୍ ଏଣ୍ଟ୍‌ର ଟୁ ବିଟେକ୍ ଓ ବି ଫାର୍ମା ନାମଲେଖା ପାଇଁ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ | ପ୍ରସ୍ତୁତ କ୍ୟାଲେଣ୍ଡର ଅନୁଯାୟୀ, ଜୁନ୍ ଦ୍ୱିତୀୟ ସପ୍ତାହରେ ଏମ୍‌ବିବିଏସ୍, ବିଡିଏସ୍, ବିଏଏମ୍ଏସ୍, ବିଏଚ୍ଏମ୍ଏସ୍ ନାମଲେଖାକୁ ଛାଡ଼ି ଅନ୍ୟ ସମସ୍ତ କୋର୍ସରେ ନାମଲେଖା ପାଇଁ କାଉନସେଲିଂ ଆରମ୍ଭ ହେବ | ଜୁନ୍ ପ୍ରଥମ ସପ୍ତାହରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ଦ୍ୱିତୀୟ ଓଜେଇଇ ତଥା ସ୍ୱତନ୍ତ୍ର ଓଜେଇଇ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏଥିରେ ବି ଟେକ୍, ବି ଫାର୍ମା, ଲାଟେରାଲ୍ ଏଣ୍ଟ୍ରି ଇନ୍ ବିଟେକ୍/ ଏମ୍‌ବିଏ/ଏମ୍‌ସିଏ କୋର୍ସରେ ନାମଲେଖା ହେବ । ଜୁନ୍ ୨୫ରୁ ୩୦ ତାରିଖ ମଧ୍ୟରେ ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା କରିବାକୁ ଯୋଜନା କରାଯାଇଛି ।

ସେହିପରି ଜୁଲାଇ ୨୧ ସୁଦ୍ଧା ସମସ୍ତ କାଉନ୍‌ସେଲିଂ ପ୍ରକ୍ରିୟା ଶେଷ ହେବ । ଅଗଷ୍ଟ ୧ରୁ ୧୫ ମଧ୍ୟରେ କଲେଜମାନଙ୍କରେ ନାମଲେଖା ପ୍ରକ୍ରିୟା ଚାଲିବ । ଏଆଇସିଟିଇ ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ ଅଗଷ୍ଟ ୧୫ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ । ଏମ୍‌ବି ବିଏସ୍, ବିଡିଏସ୍ ଓ ସମସ୍ତ ଆୟୁଷ କୋର୍ସ ପାଇଁ କାଉନସେଲିଂ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ହେବ । ଏପରିକି ସମସ୍ତ ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡ୍‌ କରାଯିବ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button