India
କାହାର ଅନୁମତି ଲୋଡ଼ିବୁ ନାହିଁ’: ତୈଳ ବିକ୍ରିକୁ ନେଇ ରୁଷର କଡ଼ା ଚେତାବନୀ;

ରୁଷ ଶନିବାର ଦିନ ସ୍ପଷ୍ଟ କରିଛି ଯେ, ଅନ୍ୟ ଦେଶକୁ ତୈଳ ଯୋଗାଣ ପାଇଁ ରୁଷ କାହାର ଅନୁମତି ଲୋଡ଼ିବ ନାହିଁ। ଏହା ସହିତ ଏଭଳି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ‘ଜାତୀୟ ସାର୍ବଭୌମତ୍ୱ’ର ବିଷୟ ବୋଲି ରୁଷ ଗୁରୁତ୍ୱାରୋପ କରିଛି। ଦକ୍ଷିଣ ଆଫ୍ରିକାରେ ଥିବା ରୁଷୀୟ ଦୂତାବାସର ଅଫିସିଆଲ୍ ‘X’ (ପୂର୍ବରୁ ଟ୍ୱିଟର) ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।
ଏହି ପୋଷ୍ଟରେ ରୁଷର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅର୍ଥନୈତିକ ସହଯୋଗ ବିଭାଗର ନିର୍ଦ୍ଦେଶକ ଡିମିତ୍ରି ବିରିଚେଭସ୍କିଙ୍କ ବୟାନକୁ ଉଦ୍ଧୃତ କରାଯାଇଛି।
ବିରିଚେଭସ୍କି କହିଛନ୍ତି ଯେ, “ରୁଷ ନିଜର ତୈଳ ଯୋଗାଣ ପାଇଁ ଅନ୍ୟ କୌଣସି ଦେଶରୁ ଅନୁମତି ମାଗିବାକୁ ଚାହେଁ ନାହିଁ।”



