୨୦୨୬ରେ ଭାରତୀୟ କମ୍ପାନୀଗୁଡ଼ିକର ଆଭିମୁଖ୍ୟ: ଦରମା ବୃଦ୍ଧି, ପଦୋନ୍ନତି ଏବଂ ପ୍ରତିଭା ବିକାଶ

ଭାରତରେ ଅଧିକାଂଶ କର୍ମଚାରୀଙ୍କ ପାଇଁ ମାର୍ଚ୍ଚ ଏବଂ ଏପ୍ରିଲ ମାସ ହେଉଛି କାର୍ଯ୍ୟଦକ୍ଷତା ସମୀକ୍ଷା ବା ପରଫର୍ମାନ୍ସ ରିଭ୍ୟୁର ସମୟ। ଡେଲଏଟ୍ ଇଣ୍ଡିଆ ଟ୍ୟାଲେଣ୍ଟ ଆଉଟଲୁକ୍ ୨୦୨୬ (Deloitte India Talent Outlook 2026) ଅନୁଯାୟୀ, ଚଳିତ ବର୍ଷ ହାରାହାରି ଦରମା ବୃଦ୍ଧି ୯% ପାଖାପାଖି ସ୍ଥିର ରହିବାର ସମ୍ଭାବନା ରହିଛି।ରିପୋର୍ଟ ଅନୁଯାୟୀ, “ଏକ ସୁଦୃଢ଼ ମ୍ୟାକ୍ରୋ-ଇକୋନୋମିକ୍ ପରିବେଶ ଏବଂ ବିଭିନ୍ନ କ୍ଷେତ୍ରର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ୨୦୨୬ରେ ଭାରତୀୟ କମ୍ପାନୀଗୁଡ଼ିକର ଦରମା ବୃଦ୍ଧି ବଜେଟ୍ ସ୍ଥିର ରହିବ ବୋଲି ଆଶା କରାଯାଉଛି।
“ରିପୋର୍ଟର ମୁଖ୍ୟ ତଥ୍ୟ:ହାରାହାରି ଦରମା ବୃଦ୍ଧି: ତଥ୍ୟ ଅନୁଯାୟୀ, କମ୍ପାନୀଗୁଡ଼ିକ ୨୦୨୬ରେ ହାରାହାରି ୯.୧% ଦରମା ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି, ଯାହା ଗତବର୍ଷ ୯% ଥିଲା।ପ୍ରତିଭା ସଂରକ୍ଷଣ ଓ ଉତ୍ପାଦକତା: କମ୍ପାନୀଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ କର୍ମଚାରୀ ବା ଟ୍ୟାଲେଣ୍ଟକୁ ଧରି ରଖିବା ଏବଂ ତାହା ସହିତ ଉତ୍ପାଦକତା ବୃଦ୍ଧି ତଥା ଖର୍ଚ୍ଚ କାଟ୍ ଉପରେ ଗୁରୁତ୍ୱ ଦେବା।ଶିଳ୍ପ ଭିତ୍ତିକ ପାର୍ଥକ୍ୟ: ବିଭିନ୍ନ ଶିଳ୍ପ ବା ସେକ୍ଟର ଅନୁଯାୟୀ ଏହି ଦରମା ବୃଦ୍ଧି ହାରରେ ସାମାନ୍ୟ ପାର୍ଥକ୍ୟ ଦେଖିବାକୁ ମିଳିପାରେ।



