Responsive Image Link
Market

ଷ୍ଟକ୍ ମାର୍କେଟ୍ ଛୁଟି: ଆସନ୍ତା ସପ୍ତାହର ଏହି ଦିନରେ NSE ଏବଂ BSE ବନ୍ଦ ରହିବ

ଭାରତୀୟ ସେୟାର ବଜାର ପାଇଁ ଆସନ୍ତା ସପ୍ତାହଟି କମ୍ କାର୍ଯ୍ୟଦିବସ ବିଶିଷ୍ଟ ରହିବ। ଗତ ୫ ବର୍ଷ ମଧ୍ୟରେ ସବୁଠାରୁ ଭଲ ସାପ୍ତାହିକ ପ୍ରଦର୍ଶନ କରିବା ପରେ ବଜାରରେ ଏବେ ସକରାତ୍ମକ ମାହୋଲ ରହିଛି। କିନ୍ତୁ ନିବେଶକମାନେ ମନେ ରଖିବା ଉଚିତ୍ ଯେ ଆସନ୍ତା ସପ୍ତାହରେ ଗୋଟିଏ ଦିନ କାରବାର ବନ୍ଦ ରହିବ।

ମୁଖ୍ୟ ବିବରଣୀ:

  • ଛୁଟିର ତାରିଖ: ୨୦୨୬ ଏପ୍ରିଲ ୧୪ (ମଙ୍ଗଳବାର)।
  • କାରଣ: ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକର ଜୟନ୍ତୀ।
  • କେଉଁ ବିଭାଗ ବନ୍ଦ ରହିବ: ମଙ୍ଗଳବାର ଦିନ ଇକ୍ୱିଟି ସେଗମେଣ୍ଟ (Equity), ଇକ୍ୱିଟି ଡେରିଭେଟିଭ୍ (Equity Derivative), କରେନ୍ସି ଡେରିଭେଟିଭ୍ ଏବଂ NDS-RST ସେଗମେଣ୍ଟରେ କାରବାର ସମ୍ପୂର୍ଣ୍ଣ ବନ୍ଦ ରହିବ।
  • କମୋଡିଟି ବଜାର (MCX): କମୋଡିଟି ଡେରିଭେଟିଭ୍ ଏବଂ ଇଲେକ୍ଟ୍ରୋନିକ ଗୋଲ୍ଡ ରିସିପ୍ଟ (EGR) ସେଗମେଣ୍ଟ ସକାଳ ଶିଫ୍ଟରେ (୯:୦୦ ରୁ ୫:୦୦ ପର୍ଯ୍ୟନ୍ତ) ବନ୍ଦ ରହିବ। କିନ୍ତୁ ସନ୍ଧ୍ୟା ୫:୦୦ ପରେ ସନ୍ଧ୍ୟା ଶିଫ୍ଟରେ କାରବାର ପୁଣି ଆରମ୍ଭ ହେବ।

​ଅର୍ଥାତ୍, ଆସନ୍ତା ସପ୍ତାହରେ ଦଲାଲ୍ ଷ୍ଟ୍ରିଟ୍‌ରେ କେବଳ ଚାରୋଟି ଟ୍ରେଡିଂ ସେସନ୍ ଦେଖିବାକୁ ମିଳିବ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button