Responsive Image Link
Market

ୟୁଏସ୍-ଇରାନ୍ ଚୁକ୍ତି ପରେ ବିଶ୍ୱ ବଜାରରେ ବେଗ, କିନ୍ତୁ ଏହି ଶାନ୍ତି ସାମୟିକ ହୋଇପାରେ ବୋଲି ଜେଫେରିଜ୍‌ର ଚେତାବନୀ

ଆମେରିକା (US) ଏବଂ ଇରାନ୍ ମଧ୍ୟରେ ଏକ ମଧ୍ୟବର୍ତ୍ତୀକାଳୀନ ଚୁକ୍ତି (MoU) କିମ୍ବା ଯୁଦ୍ଧବିରତି ନେଇ ଖବର ଆସିବା ପରେ ଚଳିତ ସପ୍ତାହରେ ବିଶ୍ୱ ଆର୍ଥିକ ବଜାରରେ ଏକ ବଡ଼ଧରଣର ସୁଧାର ଦେଖିବାକୁ ମିଳିଛି। ଏହି ଚୁକ୍ତି ଫଳରେ ମଧ୍ୟପ୍ରାଚ୍ୟରେ ଏକ ବଡ଼ ଯୁଦ୍ଧର ଆଶଙ୍କା ହ୍ରାସ ପାଇଛି।

ଏହାସହ ଅଶୋଧିତ ତେଲ (Crude Oil) ଦରରେ ମଧ୍ୟ ତୀବ୍ର ହ୍ରାସ ଘଟିଛି, ଯାହା ବିନିଯୋଗକାରୀ ବା ନିବେଶକମାନଙ୍କ ଉତ୍ସାହ ବଢ଼ାଇବା ସହ ବିଭିନ୍ନ ବଜାରରେ ନିବେଶ ପାଇଁ ସକାରାତ୍ମକ ମାହୋଲ ସୃଷ୍ଟି କରିଛି। ତେବେ, ବିଶିଷ୍ଟ ବ୍ରୋକରେଜ୍ ସଂସ୍ଥା ଜେଫେରିଜ୍ (Jefferies) ର ଏକ ନୂଆ ରିପୋର୍ଟ ଚେତାବନୀ ଦେଇଛି ଯେ, ବର୍ତ୍ତମାନ ଦେଖାଯାଉଥିବା ଏହି ଶାନ୍ତି ସାମୟିକ ହୋଇପାରେ ଏବଂ ଏହି ଚୁକ୍ତି କେତେ ଦିନ ତିଷ୍ଠିବ ସେ ନେଇ ବଡ଼ ସନ୍ଦେହ ରହିଛି।

​”ଦି ଆର୍ଟ ଅଫ୍ କ୍ୟାପିଚ୍ୟୁଲେସନ୍” (The Art of Capitulation) ଶୀର୍ଷକ ଏକ ରିପୋର୍ଟରେ ଜେଫେରିଜ୍‌ର ରଣନୀତିକାର କ୍ରିଷ୍ଟୋଫର୍ ଉଡ୍ ଯୁକ୍ତି ବାଢ଼ିଛନ୍ତି ଯେ, ବର୍ତ୍ତମାନର ପରିସ୍ଥିତି ଅନୁଯାୟୀ ଏହି ଯୁଦ୍ଧବିରତି ଚୁକ୍ତିରେ ଇରାନ୍‌କୁ ବଡ଼ ଧରଣର ସୁବିଧା ବା ରିହାତି ମିଳିଥିବା ଭଳି ମନେହେଉଛି।

ରିପୋର୍ଟ ଅନୁସାରେ, ଏହି ବ୍ୟବସ୍ଥା ଅଧୀନରେ ଇରାନ୍‌ର ପୂର୍ବରୁ ଅଟକି ରହିଥିବା ଅର୍ଥ (ବିଲିୟନ ଡଲାରର ସମ୍ପତ୍ତି) ତାକୁ ଫେରସ୍ତ ମିଳିପାରେ ଏବଂ ଆଗାମୀ ୬୦ ଦିନର ଆଲୋଚନା ସମୟ ମଧ୍ୟରେ ତା’ ଉପରୁ କିଛି କଟକଣା ମଧ୍ୟ କୋହଳ କରାଯାଇପାରେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button