India
କେବଳ ଦିଲ୍ଲୀ ଜିମଖାନା କ୍ଲବ ନୁହେଁ, ଦିଲ୍ଲୀ ରେସ୍ କ୍ଲବ ଏବଂ ପୋଲୋ ଆସୋସିଏସନ ମଧ୍ୟ ବେଦଖଲର ସମ୍ମୁଖୀନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛନ୍ତି ଯେ, ଦିଲ୍ଲୀ ଜିମଖାନା କ୍ଲବ (Delhi Gymkhana Club) ପରିସରକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯିବାର କିଛି ଦିନ ପରେ ମଧ୍ୟ ସରକାର ଏହାକୁ ଜବରଦସ୍ତି ନିଜ କବଜାକୁ ନେବେ ନାହିଁ।
ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ଯେ, ସେହି ପରିସରରୁ ବେଦଖଲ କରିବା ପାଇଁ ଯେକୌଣସି ପ୍ରକ୍ରିୟା ଆଇନ ଅନୁଯାୟୀ ଏବଂ ସେଠାରେ ରହୁଥିବା ଲୋକଙ୍କୁ ଉପଯୁକ୍ତ ନୋଟିସ୍ ଦେବା ପରେ ହିଁ ଆରମ୍ଭ କରାଯିବ।
ଲୁଟିଏନ୍ସ ଦିଲ୍ଲୀରେ ଥିବା ଏହି ୨୭.୩ ଏକର ଜମି “ପ୍ରତିରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ ଏବଂ ସୁରକ୍ଷିତ” କରିବା ପାଇଁ ଆବଶ୍ୟକ ବୋଲି ଦର୍ଶାଇ କେନ୍ଦ୍ର ସରକାର ଜିମଖାନା କ୍ଲବକୁ ଏହି ପରିସର ହସ୍ତାନ୍ତର କରିବାକୁ କହିଥିଲେ।



