PB Fintech’s PB Wheels ପ୍ରତିରୋଧକ ଏବଂ ସର୍ବାଙ୍ଗୀନ ଯତ୍ନ ସେବା ସହିତ କାର୍ ଯତ୍ନକୁ ବଢାଉଛି

ଗୁରୁଗ୍ରାମ, ଅକ୍ଟୋବର ୨୪: PB Fintech ଗ୍ରୁପ୍ର ଏକ ବ୍ରାଣ୍ଡ୍ PB Wheels, ସମଗ୍ର ଭାରତର ଗ୍ରାହକମାନଙ୍କ ପାଇଁ କାର୍ ଯତ୍ନ ସେବାକୁ ବଢାଇବା ପାଇଁ ନିକଟରେ ପ୍ରତିରୋଧକ (preventive) ଏବଂ ସମ୍ପୂର୍ଣ୍ଣ (end-to-end) କାର୍ ମେଣ୍ଟେନାନ୍ସ (maintenance) ସେବାରେ ପ୍ରବେଶ କରିଛି। ଏହି ବିସ୍ତାର ସହିତ, PB Wheels ବର୍ତ୍ତମାନ ମୋଟର ଇନସୁରାନ୍ସ ଦାବି ସୁବିଧା, ମରାମତି, ସର୍ଭିସିଂ, ପ୍ରତିରୋଧକ ମେଣ୍ଟେନାନ୍ସ ଏବଂ ଅନ୍ୟାନ୍ୟ ମୂଲ୍ୟଯୁକ୍ତ କାର୍ ଯତ୍ନ ସମାଧାନ ସହିତ ଏକ ବ୍ୟାପକ ସେବା ଯୋଗାଉଛି।
PB Wheels ଏକ ‘ଆସେଟ୍-ଲାଇଟ୍’ (asset-light) ମଡେଲ୍ ନିର୍ମାଣ କରୁଛି, ଯେଉଁଠାରେ ଦେଶର ଶ୍ରେଷ୍ଠ ମଲ୍ଟି-ବ୍ରାଣ୍ଡ୍ ଗ୍ୟାରେଜ୍ଗୁଡିକରେ କାର୍ ସର୍ଭିସିଂ କ୍ଷମତାକୁ ଖଞ୍ଜା ଯାଇଛି। ଗ୍ରାହକମାନଙ୍କୁ ଅତି ଶୀଘ୍ର ଏବଂ ସୁଲଭ ମୂଲ୍ୟରେ ସର୍ଭିସିଂ ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରତ୍ୟେକ ସେବାକୁ ବିଶ୍ୱସ୍ତରୀୟ ଗ୍ରାହକ ସେବା ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜି ସହିତ ଯୋଡାଯାଇଛି।



