Stories

PAUJ-EP5 | ଜାଣନ୍ତୁ ଗୋ-ଚାଲାଣର ଭିତିରି ସତ | Truth About Cow Smuggling and Cow Protection in Odisha

PAUJ-EP5 | ଜାଣନ୍ତୁ ଗୋ-ଚାଲାଣର ଭିତିରି ସତ | Truth About Cow Smuggling and Cow Protection in Odisha ହିନ୍ଦୁ ଧର୍ମରେ ଗାଈକୁ ଗୋମାତା ବୋଲି ପୂଜା କରାଯାଏ । କିନ୍ତୁ ଆଜି ସେଇ ଗୋମାତା ନିଜ ଜୀବନ ବଞ୍ଚାଇବା ପାଇଁ ରାହା ଖୋଜୁଛି । ଗୋ-ଚାଲାଣ, ଗୋମାଫିଆ ଓ ଅବୈଧ ଗୋମାଂସ ବ୍ୟବସାୟ ଆଜି ଓଡ଼ିଶା ପାଇଁ ଗଭୀର ସମସ୍ୟା ହୋଇଉଠିଛି । ଗତ ସପ୍ତାହରେ ରାଜ୍ୟର ୫ଟି ଜିଲ୍ଲାରେ ହୋଇଥିବା ଅପରେସନ ‘ଗୋରକ୍ଷା’ ଏହି ରାକେଟର ଭୟାବହତାକୁ ସ୍ପଷ୍ଟ କରିଛି । ୪୬ଟି ସ୍ଥାନରେ ଚଢ଼ାଉ, ୧.୪୨ କୋଟି ଟଙ୍କା ନଗଦ, ସୁନା, ରୁପା, ଗାଡ଼ି ଓ ବାଇକ୍ ଜବତ—ଏହା ସବୁ ପଛରେ ଥିବା ସିଣ୍ଡିକେଟ୍ ଉପରେ ପ୍ରଶ୍ନ ଉଠାଉଛି । 👉 ରାଜ୍ୟରେ ଗୋ ଚାଲାଣକୁ ସୁରକ୍ଷା ଦେଉଛି କିଏ ? 👉 ଗୋମାତାଙ୍କୁ ସୁରକ୍ଷା ଦେବା ପାଇଁ ସରକାର କଣ କରିବା ଉଚିତ୍ ? 👉 ଗୋଚାଲାଣକାରୀଙ୍କୁ କେମିତି କଠୋର ଦଣ୍ଡ ମିଳିବା ଦରକାର ? ଏହି ସମସ୍ତ ପ୍ରଶ୍ନ ନେଇ ଜନତାଙ୍କ ସିଧାସଳଖ ମତାମତ— “ପ୍ରଶ୍ନ ଆପଣଙ୍କର, ଉତ୍ତର ଜନତାଙ୍କର” ର ଏହି ନୂଆ ଏପିସୋଡରେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button