
ରାକ୍ଷୀପୂର୍ଣ୍ଣିମା ଅବସରରେ ‘ସୁଭଦ୍ରା’ର ପଞ୍ଚମ କିସ୍ତି ମହିଳାଙ୍କ ଆକାଉଣ୍ଟକୁ ଯାଇଛି | ନୟାଗଡ଼ ଜିଲ୍ଲାର ଲାଠିପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡ଼ିବିଟି ସୁଭଦ୍ରା ହିତାଧିକାରୀଙ୍କୁ ୫ମ କିସ୍ତି ପ୍ରେରଣ କରିଛନ୍ତି | ରାଜ୍ୟର ୧.୦୩ କୋଟି ହିତାଧିକାରୀଙ୍କ ଆକାଉଣ୍ଟକୁ ୫୧୬୦ କୋଟି ଟଙ୍କା ପ୍ରେରଣ କରାଯାଇଥିବାବେଳେ ଏଥର ୨ ଲକ୍ଷ ୨୧ ହଜାର ଜଣ ନୂଆ ହିତାଧିକାରୀ ସାମିଲ ହୋଇଛନ୍ତି |
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ବାଚସ୍ପତି ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୁରୀ ସାଂସଦ ଡ଼.ସମ୍ବିତ ପାତ୍ର, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ |



