
୫ ଦିନ ଦୁଲକିବ କୋଶଲ କଳା ମଣ୍ଡଳ
୨୪ ତାରିଖ ଯାଏଁ ଚାଲିବ ଉତ୍ସବ
ଲୋକକଳା ଓ ପାରମ୍ପରିକ ନୃତ୍ୟର ପ୍ରଚାର ପ୍ରସାର ଲକ୍ଷ୍ୟ
ବଲାଙ୍ଗୀର କୋଶଲ କଳା ମଣ୍ଡଳଠାରେ ଦୁଲଦୁଲି କଳା ପରିଷଦ ପକ୍ଷରୁ ନବମ ଲୋକକଳା ଉତ୍ସଵ ଆରମ୍ଭ ହୋଇଛି | ମେ ୨୧ ରୁ ୨୪ ତାରିଖ ଯାଏ ଏହି ଉତ୍ସବ ପାଳନ କରାଯିବ। ବଲାଙ୍ଗୀର ସାମ୍ୱାଦିକ ଭବନ ଠାରେ ଆୟୋଜକ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି କଥା ଘୋଷଣା କରାଯାଇଛି।

ଏହି ସମ୍ମିଳନୀରେ ସଭାପତି ଅନନ୍ତ ଦାଶ, ସମ୍ପାଦକ ବାସୁଦେବ ସା, ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ, ରସରାଜ ଅଚ୍ୟୁତ ପୁରୋହିତ, କଣ୍ଠଶିଳ୍ପୀ ବ୍ୟାସଦେବ ପୁରୋହିତ, ସଂଗଠକ ଶତ୍ରୁଘନ ପାଣିଗ୍ରାହୀ, କବି ନିଗମାନନ୍ଦ ନାଥ, ନୃତ୍ୟଶିଳ୍ପୀ ସ୍ୱରୂପା ସିଂ, ଜିଲ୍ଲା କଳସଂସ୍କୃତି ସଂଘ ଉପସଭାପତି ସୁଦାମ ବିଶି ଏବଂ ସାମ୍ବାଦିକ କୁନା ବାଗ ମଞ୍ଚାସୀନ ଥିଲେ। ଦୁଲଦୁଲି କଲା ପରିଷଦର ୨୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ନବମ ଲୋକ କଳା ଉତ୍ସବ ଅନୁଷ୍ଠିତ ହେଉଛି। ଏହି ଉତ୍ସବରେ ରାଜ୍ୟର ୧୫ଟି ତଥା ରାଜ୍ୟ ବାହାରର ୪ଟି ସାଂସ୍କୃତିକ ଦଳ ଯୋଗ ଦେବେ। ଉତ୍ସଵ ମାଧ୍ୟମରେ ଲୋକ କଳାକାରମାନଙ୍କୁ ନିଜର କଳା ଦେଖାଇବାର ସୁଯୋଗ ଦେବା ସହ ପ୍ରୋତ୍ସାହନ ଦିଆୟିବ ବୋଳି ଦୁଲଦୁଲି କଲା ପରିଷଦ ର କର୍ମକର୍ତ୍ତା ସୂଚନା ଦେଇଛନ୍ତି। ୨୪ ତାରିଖ ଯାଏ କୋଶଲ କଳା ମଣ୍ଡପ ମଞ୍ଚରେ ସାଂସ୍କୃତିକ ଦଳ ତାଙ୍କ କଳା ପ୍ରଦର୍ଶନ କରିବେ। ଏହି ଅବସରରେ ଲୋକକଳା ଉତ୍ସବର ଲୋଗୋ ମଧ୍ୟ ଉନ୍ମୋଚନ ହୋଇଥିଲା।


ଏହି ଅବସରରେ ଆୟୋଜକ ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଆଧୁନିକ ନୃତ୍ୟ ଗହଳରେ ଆମର ଲୋକକଳା ଓ ପାରମ୍ପରିକ ନୃତ୍ୟ ହଜି ହଜି ଯାଉଛି | ଏହାକୁ ବ୍ୟାପକ ପ୍ରଚାର ପ୍ରସାର କରି ବଞ୍ଚାଇ ରଖିବା ପାଇଁ ଆମେ ପ୍ରଚେଷ୍ଟା ଜାରି ରଖିଛୁ | ସେଥିପାଇଁ ବଲାଙ୍ଗୀର କଳା ମଣ୍ଡପ ପଡିଆରେ ଦୁଲଦୁଲି କଳା ପରିଷଦ ପକ୍ଷରୁ ଲୋକକଳା ଉତ୍ସଵ ଆୟୋଜିତ ହୋଇଆସୁଛି | ଯେଉଁ ଦୁଃସ୍ଥ କଳାକାରମାନେ ମଞ୍ଚ ପାଉନାହାନ୍ତି ଆମେ ସେମାନଙ୍କୁ ମଞ୍ଚ ସହ ରୋଜଗାର ଦେବାରେ ସକ୍ଷମ ହୋଇଛୁ | ଏହି ପ୍ରୟାସରେ ରାଜ୍ୟ ସରକାର ସାହାଯ୍ୟ ଓ ପ୍ରୋତ୍ସାହନ ଯୋଗାଇଦେବାକୁ ଅନୁରୋଧ କରୁଛୁ ବୋଲି ବିଦୁସ୍ମିତା କହିଛନ୍ତି |




