Odisha
Trending

ଓଡ଼ିଶାରେ ଚାଲିବ ହାଇଡ୍ରୋଜେନ୍ ଗାଡ଼ି

ଭୁବନେଶ୍ବର ଜନତା ମୈଦାନରେ ଆୟୋଜିତ ଭାରତୀୟ ରୋଡ କଂଗ୍ରେସର ୮୪ତମ ଅଧିବେଶନରେ ଯୋଗଦେଇଛନ୍ତି କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ | ଓଡ଼ିଶା ସମେତ କିଛି ରାଜ୍ୟରେ ହାଇଡ୍ରୋଜେନ୍ ଗାଡ଼ି ଚାଲିବ ବୋଲି ସେ ଏହି ଅବସରରେ ଘୋଷଣା କରିଛନ୍ତି | ହାଇଡ୍ରୋଜେନ ଆମେ ପ୍ରସ୍ତୁତ କରୁଛୁ, ଏହା ହେଉଛି ଭବିଷ୍ୟତ | ଦେଶର ଚାଷୀ କେବଳ ଅନ୍ନଦାତା ନୁହନ୍ତି, ଇନ୍ଧନଦାତା ମଧ୍ୟ | ଏବେ ଚାଷୀ ଇଥାନଲ୍ ପ୍ରସ୍ତୁତ କରୁଛି, ନଡ଼ା ଓ ବାଉଁଶରୁ ଇନ୍ଧନ ପ୍ରସ୍ତୁତ ହେଉଛି | ଏହାକୁ ଓଡ଼ିଶା ସରକାର ପ୍ରୋତ୍ସାହନ କରିବା ଉଚିତ୍ ବୋଲି ଗଡ଼କରୀ କହିଛନ୍ତି |

କେନ୍ଦ୍ରମନ୍ତ୍ରୀ ବଢୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି | ସଡ଼କ ଦୁର୍ଘଟଣାକୁ ସମାପ୍ତ କରିବାକୁ ହେବ | ଦୁର୍ଘଟଣାରେ ଦୈନିକ ୪୨୦ ଜଣଙ୍କ ମୃତ୍ୟୁ ହେଉଛି ଓ ୬୬% ମୃତକଙ୍କ ବୟସ ୧୮ରୁ ୩୬ ବର୍ଷ ମଧ୍ୟରେ | ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ସଡ଼କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ, ତେଣୁ ରୋଡ୍‌ ଇଞ୍ଜିନିୟରିଂରେ ତ୍ରୁଟି ହେବାକୁ ଦେବାନି | DPRରେ ତ୍ରୁଟି ଯୋଗୁଁ ଅଧିକାଂଶ ଦୁର୍ଘଟଣା ଘଟେ ବୋଲି ଗଡ଼କରୀ କହିଛନ୍ତି | ଆମେ ଏହାକୁ ହାଲୁକା ଭାବେ ନେଇ କୌଣସି ସୁଧାର କରି ନଥାଉ | ତେଣୁ ବାରମ୍ବାର ଦୁର୍ଘଟଣା ହୋଇ ଧନ ଜୀବନ ନଷ୍ଟ ହେଉଛି | ଭୂସ୍ଖଳନ ସ୍ଥାନ ଓ ବ୍ଲାକ୍ ସ୍ପଟ୍ ଚିହ୍ନଟ କରନ୍ତୁ, ସଡ଼କ ସୁରକ୍ଷାକୁ ଗୁରୁତ୍ଵ ଦିଆଯାଉ ବୋଲି ସେ ପରାମର୍ଶ ଦେଇଛନ୍ତି |

Show More

Related Articles

Leave a Reply

Your email address will not be published. Required fields are marked *

Back to top button