Odisha
Trending

ନୂଆପଡ଼ା ଉପନିର୍ବାଚନ: ଦିନ ୩ଟା ସୁଦ୍ଧା ୬୫.୫୬ ପ୍ରତିଶତ ମତଦାନ

ଆଜି ନୂଆପଡ଼ା ବିଧାନସଭା ଉପ ନିର୍ବାଚନରେ ଦିନ ୩ଟା ସୁଦ୍ଧା ୬୫.୫୬ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି।ଭୋଟରମାନେ ଧାଡିରେ ଅପେକ୍ଷା କରି ମତଦାନ କରୁଛନ୍ତି | ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ସମେତ ଅନ୍ୟ ପ୍ରାର୍ଥୀମାନେ ମଧ୍ୟ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।

ଦୁଇ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବନ କରିଛନ୍ତି l ସେମାନେ ହେଲେ ସନ୍ଦୀପ ସ୍ବାଇଁ ଓ ଧନଞ୍ଜୟ ମଲ୍ଲିକ | ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍‌ ଗୋପାଳନ ସୂଚନା ଦେଇଥିଲେ ଯେ ୩୬ ନମ୍ବର ବୁଥରେ କାର୍ଯ୍ୟରତ ଧନଞ୍ଜୟ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଛି। ଭୋଟରଙ୍କୁ ସହାୟତା ନାଁରେ ନିଜେ ଭୋଟ ଦେଇଥିଲେ ପ୍ରିଜାଇଡିଂ ଅଫିସର। ସିସିଟିଭି ଫୁଟେଜ୍ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍‌ ଗୋପାଳନ ଆହୁରି କହିଛନ୍ତି ଯେ, ସବୁଆଡ଼େ ସୁରୁଖୁରୁରେ ମତଦାନ ଚାଲିଛି, ‘ଆଇନଶୃଙ୍ଖଳା ପରିସ୍ଥିତି ନେଇ ଖବର ନାହିଁ। ନୂଆପଡ଼ା ନିର୍ବାଚନ ପାଇଁ ମୋଟ ୩୫୮ଟି ମତଦାନ କେନ୍ଦ୍ର ରହିଛି। ଏଥି ମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି। ଅତି ସମ୍ବେଦନଶୀଳ ବୁଥକୁ ପୁଲିଂ ପାର୍ଟିର ସଦସ୍ୟମାନେ ବାୟୁସେନା ପକ୍ଷରୁ ବ୍ୟବସ୍ଥିତ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇଛନ୍ତି। ନୂଆପଡ଼ାରେ ମୋଟ୍ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନିଜର ନେତା ବାଛିବେ। ସେମାନଙ୍କ ମଧ୍ୟରୁ ପୁରୁଷ ୧ ଲକ୍ଷ ୨୪ ହଜାର ୧୦୮ ଜଣ, ମହିଳା ୧ ଲକ୍ଷ ୨୯ ହଜାର ୪୯୫, ବରିଷ୍ଠ ନାଗରିକ ୧୭୮୬ ଜଣ, ଯୁବ ଭୋଟର ୯୪୨୯ ଏବଂ ଭିନ୍ନକ୍ଷମ ମତଦାତା ୩୯୮୮ ରହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button