AITech

ଭିଡିଓ ଏଡିଟିଂ ପାଇଁ ୬ଟି ଶକ୍ତିଶାଳୀ ପ୍ରମ୍ପ୍ଟ: ‘Gemini Nano Banana Pro’ କୁ କରନ୍ତୁ ନିଜର ଆସିଷ୍ଟାଣ୍ଟ

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଜଣେ ବିଶେଷଜ୍ଞ କହିଛନ୍ତି ଯେ, ଗୁଗଲ ଜେମିନି (Google Gemini) ବ୍ୟବହାର କରି ଭିଡିଓ ଏଡିଟିଂ କାମକୁ ବହୁତ ଶୀଘ୍ର ଏବଂ ସହଜରେ କରାଯାଇପାରିବ। ସେ କିଛି ପ୍ରାକ୍ଟିକାଲ୍ ପ୍ରମ୍ପ୍ଟ ସେୟାର କରିଛନ୍ତି ଯାହା ଏହି AI ଟୁଲ୍‌କୁ ଜଣେ ‘ଭର୍ଚୁଆଲ୍ ଏଡିଟିଂ ଆସିଷ୍ଟାଣ୍ଟ’ରେ ପରିଣତ କରିଦେବ।

କ’ଣ ଏହି ୬ଟି ଶକ୍ତିଶାଳୀ ପ୍ରମ୍ପ୍ଟ?

​ଏହି ପ୍ରମ୍ପ୍ଟଗୁଡ଼ିକ ଜେମିନିକୁ ଜଣେ ପ୍ରୋଫେସନାଲ୍ ଏଡିଟର୍ ଭଳି ଚିନ୍ତା କରିବାରେ ସାହାଯ୍ୟ କରେ:

​୧. ଏଡିଟିଂ ଯୋଜନା ପ୍ରସ୍ତୁତି (Editing Plan): “ଜଣେ ପ୍ରୋଫେସନାଲ୍ ଭିଡିଓ ଏଡିଟର୍ ଭଳି କାମ କର। ଏହି ର’ ଫୁଟେଜ୍ (raw footage) ବିବରଣୀ ଦେଖ ଏବଂ ପେସିଂ, କଟ୍ ପଏଣ୍ଟ ଏବଂ ଟ୍ରାଞ୍ଜିସନ ସହ ଏକ ସଠିକ୍ ଏଡିଟିଂ ପ୍ଲାନ ପ୍ରସ୍ତୁତ କର।”

୨. ଷ୍ଟାଇଲ୍ କପି କରିବା (Style Matching): “ଏହି ରେଫରେନ୍ସ ଭିଡିଓର ଏଡିଟିଂ ଷ୍ଟାଇଲ୍ ବିଶ୍ଳେଷଣ କର ଏବଂ ଏହାକୁ କିପରି କରାଯିବ ସେଥିପାଇଁ ଷ୍ଟେପ-ବାଇ-ଷ୍ଟେପ ଗାଇଡ୍ ଦିଅ।”

୩. କାହାଣୀରେ ସୁଧାର (Narrative Improvement): “ଏହି ସ୍କ୍ରିପ୍ଟକୁ ପଢ଼ ଏବଂ କେଉଁଠାରେ ପରିବର୍ତ୍ତନ କଲେ କାହାଣୀର ପ୍ରବାହ (flow) ଏବଂ ଭାବନା (emotion) ଆହୁରି ଭଲ ହେବ, ସେଥିପାଇଁ ପରାମର୍ଶ ଦିଅ।”

୪. ଟେକ୍ନିକାଲ୍ ସେଟିଙ୍ଗ୍ସ (Technical Settings): “ପ୍ଲାଟଫର୍ମ ଅନୁଯାୟୀ ଏହି ଭିଡିଓ ପାଇଁ ସଠିକ୍ ରେଜୋଲ୍ୟୁସନ, ଫ୍ରେମ୍ ରେଟ୍ ଏବଂ କୋଡେକ୍ (codec) ସେଟିଙ୍ଗ୍ସ କ’ଣ ହେବା ଉଚିତ, ତାହା ଜଣାଅ।”

୫. ଫୁଟେଜ୍ ସମୀକ୍ଷା (Raw Footage Review): “ଏହି ଅପଲୋଡ୍ ହୋଇଥିବା ର’ ଫୁଟେଜ୍‌କୁ ସମୀକ୍ଷା କରି ଦୁର୍ବଳ ଏବଂ ସବଳ ଦିଗଗୁଡ଼ିକୁ ଚିହ୍ନଟ କର।”

୬. ପ୍ରୋଫେସନାଲ୍ ଫିଡବ୍ୟାକ୍ (Edited Video Feedback): “ଏହି ଏଡିଟ୍ ହୋଇଥିବା ଭିଡିଓକୁ ଦେଖି ଏହାର ଅଡିଓ ବାଲାନ୍ସ, କଲର୍ କନସିଷ୍ଟେନ୍ସି ଏବଂ ସ୍ପଷ୍ଟତା ଉପରେ ପ୍ରୋଫେସନାଲ୍ ଫିଡବ୍ୟାକ୍ ଦିଅ।”

କିପରି ଏହା କ୍ରିଏଟରଙ୍କୁ ସାହାଯ୍ୟ କରିବ?

​AI ବିଶେଷଜ୍ଞ ଆୱା କେ. ପେନ୍ (Awa K. Penn) କହିଛନ୍ତି ଯେ, ସେ ଜେମିନି ସାହାଯ୍ୟରେ ଗୋଟିଏ ଦିନରେ ୪ଟି ଭିଡିଓ ଏଡିଟ୍ କରିପାରିଛନ୍ତି। ଯେଉଁ କାମ ପାଇଁ ପୂର୍ବରୁ ଘଣ୍ଟା ଘଣ୍ଟା ସମୟ ଲାଗୁଥିଲା, ଏବେ AI ର ସାହାଯ୍ୟରେ ତାହା ଖୁବ୍ କମ୍ ସମୟରେ ହୋଇପାରୁଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button