DepartmentOdisha

TOURISM DEPT: ଓଡ଼ିଶାରେ ଲାଗୁ ହେଲା ପର୍ଯ୍ୟଟନ (ସଂଶୋଧିତ) ନୀତି–୨୦୨୬

ଖୁବ୍‌ଶୀଘ୍ର ଭାରତର ଏକ ବଡ଼ ପର୍ଯ୍ୟଟନ ନିବେଶ କେନ୍ଦ୍ର ହେବାକୁ ଯାଉଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ପର୍ଯ୍ୟଟନ (ସଂଶୋଧିତ) ନୀତି–୨୦୨୬ ଆଣିଛନ୍ତି ରାଜ୍ୟ ସରକାର । ଏହି ନୂଆ ନୀତି ମାଧ୍ୟମରେ ନିବେଶକମାନଙ୍କ ପାଇଁ ସହଜ ନିୟମ, ଆକର୍ଷଣୀୟ ପ୍ରୋତ୍ସାହନ ଏବଂ ଦ୍ରୁତ ଅନୁମତି ବ୍ୟବସ୍ଥା ରହିଛି । ଏଥିସହ ପରିବେଶ ସୁରକ୍ଷା, ସଂସ୍କୃତି, ଐତିହ୍ୟ ପର୍ଯ୍ୟଟନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ପର୍ଯ୍ୟଟନକୁ ବିକାଶ କରି ନୂଆ ନିବେଶ ଆଣିବା ସହ ରୋଜଗାର ସୃଷ୍ଟି କରିବା ରାଜ୍ୟ ସରକାରଙ୍କ ପ୍ରମୁଖ ଉଦ୍ଦେଶ୍ୟ ।

ଓଡ଼ିଶା ପର୍ଯ୍ୟଟନ (ସଂଶୋଧିତ) ନୀତି–୨୦୨୬ ନୀତିକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରି ଦେଇଛି । ରାଜ୍ୟ ସରକାର କହିଛନ୍ତି ଯେ, ୨୦୪୭ ସୁଦ୍ଧା ଓଡ଼ିଶାରେ ୨୫ ହଜାର ପଞ୍ଚତାରକ ଶ୍ରେଣୀର ହୋଟେଲ୍ ରୁମ୍ ସୃଷ୍ଟି କରାଯିବ । ଏଥିସହ ଓଡ଼ିଶାକୁ ଏସିଆର ଶୀର୍ଷ ୫ଟି ପର୍ଯ୍ୟଟନ ସ୍ଥାନ ମଧ୍ୟରେ ସାମିଲ କରିବାର ଲକ୍ଷ୍ୟ ରହିଛି ।

ପର୍ଯ୍ୟଟନ ପ୍ରକଳ୍ପ ପାଇଁ ୪୦% ପର୍ଯ୍ୟନ୍ତ ପୁଞ୍ଜି ଅନୁଦାନ ସହ ମହିଳା, ଏସ୍ ସି-ଏସ୍ ଟି ଓ ଦିବ୍ୟାଙ୍ଗ ଉଦ୍ୟୋଗୀଙ୍କୁ ବିଶେଷ ପ୍ରୋତ୍ସାହନ ଦିଆଯିବ । ବିଶେଷ ପର୍ଯ୍ୟଟନ ଅଞ୍ଚଳରେ ବଡ଼ ପ୍ରୋତ୍ସାହନ ଦିଆଯିବ । ହୀରାକୁଦ, ସାତକୋଶିଆ, ଶିମିଳିପାଳ, ଗନ୍ଧମାର୍ଦ୍ଦନ ପର୍ବତମାଳା, ଲଳିତଗିରି, ଉଦୟଗିରି ପରି ଅଞ୍ଚଳଗୁଡ଼ିକରେ ନିବେଶ କଲେ ଅଧିକ ସବସିଡି ମିଳିବ । ସେହିପରି କେବଳ ୧୦ଟି ରୁମ୍ ଥିଲେ ମଧ୍ୟ ପଞ୍ଚତାରକ ହୋଟେଲକୁ ପ୍ରୋତ୍ସାହନ ମିଳିବ । ବିଦ୍ୟୁତ୍ ବୋଟ୍, ବିଦ୍ୟୁତ୍ କ୍ୟାରାଭାନ୍, ଆର୍ଟ ଓ କ୍ରାଫ୍ଟ ଥିମ୍ ପ୍ରକଳ୍ପ ପାଇଁ ୫୦% ପର୍ଯ୍ୟନ୍ତ ସବସିଡି । ଓଡ଼ିଆ ଖାଦ୍ୟ ରେସ୍ତୋରାଁ ପାଇଁ CAPEX ଓ OPEX ସହାୟତା । MICE, ଡେଷ୍ଟିନେସନ୍ ୱେଡିଂ ଓ ବଡ଼ ଇଭେଣ୍ଟ୍ ସଂସ୍ଥାକୁ ବିଶେଷ ପ୍ରୋତ୍ସାହନ ଦିଆଯିବା ସହ ହୋଟେଲ ରୁମ୍ ବୁକିଂରେ ରିଫଣ୍ଡ ବ୍ୟବସ୍ଥା ରହିଛି । ମହିଳା ଓ ସାମାଜିକ ଭାବେ ପଛୁଆ ଶ୍ରେଣୀଙ୍କ ପାଇଁ ସୁଯୋଗ । ରାଜ୍ୟ ସରକାର କହିଛନ୍ତି ଯେ, ଏହି ନୀତି ଓଡ଼ିଶାରେ ପର୍ଯ୍ୟଟନ, ନିବେଶ ଓ ରୋଜଗାର ସୃଷ୍ଟିକୁ ନୂଆ ଦିଗଦର୍ଶନ ଦେବ |

Show More

Related Articles

Leave a Reply

Your email address will not be published. Required fields are marked *

Back to top button