Department
ଅକ୍ଷୟ ଶକ୍ତି ବ୍ୟାଙ୍କିଙ୍ଗ ପାଇଁ ଗ୍ରୀଡ଼କୋର ରାଜିନାମା

ସୌର ଶକ୍ତି ଓ ପବନ ଶକ୍ତି ଉତ୍ପାଦନ ପାଣିପାଗ ସ୍ଥିତି ଉପରେ ଅତ୍ୟଧିକ ନିର୍ଭରଶୀଳ ତେଣୁ ଅଧିକ ଉତ୍ପାଦନ ହେଉଥିବା ସମୟରେ ସେହି ଶକ୍ତିକୁ ସଂରକ୍ଷିତ ରଖିବା ଲାଗି ଦୁଇଟି କମ୍ପାନି ଗ୍ରୀଡ଼କୋ ସହ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ୫୦ ମେଗାୱାଟ୍ର ଅକ୍ଷୟ ଶକ୍ତି ବ୍ୟାଙ୍କିଂ ପାଇଁ ରିନ୍ୟୁ ଇ-ଫୁଏଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ୬.୨୫ ମେଗାୱାଟ୍ ପାଇଁ ଅଲ୍ଟ୍ରାଟେକ୍ ସିମେଣ୍ଟ୍ ଲିମିଟେଡ୍ ପକ୍ଷରୁ ଗ୍ରିଡ୍କୋ ସହ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି ।