
ଅଶୋକ ପତିଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଲଢେଇ’ ଅକ୍ଟୋବର ୧୭ ତାରିଖରେ ସାରା ରାଜ୍ୟରେ ମୁକ୍ତିଲାଭ କରିବ।
ଦେବାଶିଷ ପଟ୍ଟନାୟକଙ୍କ ପ୍ରଯୋଜିତ ଏହି ଫିଲ୍ମ ଅପରାଧ କାହାଣୀ ଉପରେ ପର୍ଯ୍ୟବେଷିତ।
୨୦୦୮ରେ ‘ଡ୍ରିମ ଗାର୍ଲ’ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିବା ଲୋହିତାକ୍ଷ ଏହି ଫିଲ୍ମରେ ନାୟକ ଭୂମିକାରେ ଅଭିନୟ କରିଛନ୍ତି | ବମ୍ବେ ଫିଲ୍ମ ଅନୁଷ୍ଠାନରୁ ପାଠ ପଢି ଆସି ଏବେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ଲୋହିତାକ୍ଷ।