India
ସେପ୍ଟେମ୍ବରରେ ଭାରତର ହୋଲସେଲ ମୁଦ୍ରାସ୍ଫୀତି ୦.୧୩%କୁ ହ୍ରାସ ପାଇଲା

ନୂଆଦିଲ୍ଲୀ: ଖାଦ୍ୟ ଏବଂ ଇନ୍ଧନର ମୂଲ୍ୟ ହ୍ରାସ ହେତୁ ପୂର୍ବ ମାସରେ ଦେଖାଦେଇଥିବା ଦ୍ରୁତ ବୃଦ୍ଧି ପରେ ସେପ୍ଟେମ୍ବରରେ ଭାରତର ହୋଲସେଲ୍ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ମଙ୍ଗଳବାର ପ୍ରକାଶିତ ଅସ୍ଥାୟୀ ତଥ୍ୟରୁ ଏହା ଜଣାପଡିଛି।
ହୋଲସେଲ୍ ମୂଲ୍ୟ ସୂଚକାଙ୍କ (WPI) ଆଧାରିତ ମୁଦ୍ରାସ୍ଫୀତି ଅଗଷ୍ଟରେ ୦.୫୨% ଥିବାବେଳେ ସେପ୍ଟେମ୍ବରରେ ଏହା ୦.୧୩% କୁ ଖସି ଆସିଛି। ଜୁଲାଇ (-୦.୫୮%) ଏବଂ ଜୁନ୍ (-୦.୧୯%) ରେ ଏହା ନକାରାତ୍ମକ ସ୍ତରରେ ରହିଥିଲା।
ରଏଟର୍ସ ଦ୍ୱାରା ହୋଇଥିବା ସର୍ଭେରେ ଅର୍ଥନୀତିଜ୍ଞମାନେ ସେପ୍ଟେମ୍ବରରେ ହୋଲସେଲ ମୂଲ୍ୟ ସୂଚକାଙ୍କ ବାର୍ଷିକ ୦.୫୦% ବୃଦ୍ଧି ପାଇବ ବୋଲି ଆକଳନ କରିଥିଲେ।