Responsive Image Link
India

ଇଣ୍ଡିଗୋ (IndiGo) ର ମାଞ୍ଚେଷ୍ଟର ବିମାନ ସେବା ସ୍ଥଗିତ; ପ୍ରତିକୂଳ ଖର୍ଚ୍ଚ ଏବଂ ପରିଚାଳନାଗତ ସମସ୍ୟାକୁ ଦର୍ଶାଇଲା କମ୍ପାନୀ

ଇଣ୍ଡିଗୋ ଏୟାରଲାଇନ୍ସ ମଙ୍ଗଳବାର ଦିନ ବ୍ରିଟେନର ମାଞ୍ଚେଷ୍ଟରକୁ ଯାଉଥିବା ଏବଂ ସେଠାରୁ ଆସୁଥିବା ତାର ବିମାନ ସେବାକୁ ଆସନ୍ତା ୩୧ ଅଗଷ୍ଟ ୨୦୨୬ ରୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ଘୋଷଣା କରିଛି। ଏହାର କାରଣ ସ୍ୱରୂପ କମ୍ପାନୀ “ପ୍ରତିକୂଳ ଖର୍ଚ୍ଚ ଏବଂ ଜଟିଳ ପରିଚାଳନାଗତ ପରିବେଶ” କୁ ଦାୟୀ କରିଛି।

​ମାଞ୍ଚେଷ୍ଟର ସେବା ବନ୍ଦ କରିବା ସତ୍ତ୍ୱେ, ଭାରତର ଏହି ସବୁଠାରୁ ବଡ଼ ଏୟାରଲାଇନ୍ସ ଷ୍ଟକ୍ ଏକ୍ସଚେଞ୍ଜକୁ ଜଣାଇଛି ଯେ, ତାର ଅନ୍ୟ ସମସ୍ତ ଦୂରଗାମୀ (long-haul) ଆନ୍ତର୍ଜାତୀୟ ବିମାନ ଚଳାଚଳ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜାରି ରହିବ।

​କମ୍ପାନୀର ଅଫିସିଆଲ୍ ବିବୃତି ଅନୁସାରେ, ଏହି ନିଷ୍ପତ୍ତି ପରେ ଏୟାରଲାଇନ୍ସ ଡ୍ୟାମ୍ପ୍ କିମ୍ବା ୱେଟ୍ ଲିଜ୍ (damp or wet lease – ବିମାନ ସହ କ୍ରୁ ମେମ୍ବରଙ୍କୁ ଭଡ଼ାରେ ନେବା) ରେ ଆଣିଥିବା ୬ଟି ‘ବୋଇଂ ୭୮୭-୯ ଡ୍ରିମଲାଇନର୍’ (Boeing 787-9 Dreamliner) ବିମାନ ମଧ୍ୟରୁ ଗୋଟିଏ ବିମାନକୁ ‘ନର୍ସ ଆଟଲାଣ୍ଟିକ୍ ଏୟାରୱେଜ୍’ (Norse Atlantic Airways) କୁ ଫେରସ୍ତ କରିବାକୁ ଯୋଜନା କରୁଛି।

​ଏୟାରଲାଇନ୍ସ ପକ୍ଷରୁ ଜାରି କରାଯାଇଥିବା ବ୍ୟାନରେ କୁହାଯାଇଛି, “କ୍ରମାଗତ ଭାବେ ଆନ୍ତର୍ଜାତୀୟ ଆକାଶମାର୍ଗ କଟକଣା ଯୋଗୁଁ ଉଡ଼ାଣ ସମୟ ବହୁତ ବଢ଼ିଯାଉଛି ଏବଂ ଏହାସହ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଉଛି। ଏହି କାରଣରୁ ଇଣ୍ଡିଗୋ ଆସନ୍ତା ୩୧ ଅଗଷ୍ଟ ୨୦୨୬ ରୁ ମାଞ୍ଚେଷ୍ଟରକୁ ଯାଉଥିବା ଏବଂ ସେଠାରୁ ଆସୁଥିବା ସମସ୍ତ ବିମାନ ସେବାକୁ ସାମୟିକ ଭାବେ ବନ୍ଦ କରିବାକୁ ବାଧ୍ୟ ହେଉଛି। ଏହି ନିଷ୍ପତ୍ତି ପରେ, ଲିଜ୍‌ରେ ଅଣାଯାଇଥିବା ୬ଟି ବୋଇଂ ୭୮୭-୯ ଡ୍ରିମଲାଇନର୍ ବିମାନ ମଧ୍ୟରୁ ଗୋଟିଏକୁ ନର୍ସ ଆଟଲାଣ୍ଟିକ୍ ଏୟାରୱେଜ୍‌କୁ ଫେରସ୍ତ କରିବାକୁ ଯୋଜନା କରାଯାଉଛି। ଇଣ୍ଡିଗୋ ତାର ବାକି ସମସ୍ତ ଦୂରଗାମୀ ବିମାନ ସେବା ପୂର୍ବ ଯୋଜନା ମୁତାବକ ଚାଲୁ ରଖିବ।”

Show More

Related Articles

Leave a Reply

Your email address will not be published. Required fields are marked *

Back to top button